ଭୁବନେଶ୍ୱର,(ଏନଏନଏସ ଓଡ଼ିଆ/ ୦୧.୦୪): ୨୦୨୪ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ସେତିକି ନେତା ଙ୍କ ଛାତି ଧକ ଧକ ହେବାରେ ଲାଗିଛି । କେବଳ ସେତିକି ନୁହେଁ ନିଜ ନିଜର ପ୍ରମୁଖ ନେତା ମାନଙ୍କ ପାଖରେ କିପରି ପ୍ରିୟ ଭାଜନ ହୋଇ ଟିକେଟ ହାତେଇବେ ସେନେଇ ମଧ୍ୟ ନେତା ଙ୍କ ମନ ଭିତରେ କଳ୍ପନା ଜଳ୍ପନା ଆରମ୍ଭ ହେଲାଣି । କାହାର କେଉଁ ଦଳ ରେ ଟିକେଟ ରହିବ ଆଉ କିଏ ଟିକେଟ ହରେଇବ ସେ ନେଇ ମଧ୍ୟ ନେତା ଙ୍କ ମନ ଆଶା ଆଶଙ୍କା ରେ ? ଅନ୍ୟପଟେ ଟିକେଟ ପାଇବାକୁ ସମସ୍ତେ ଯେପରି ଶତ ଚେଷ୍ଟା କରିବାରେ ଲାଗିପଡିଛନ୍ତି । ତେବେ ୟାରି ଭିତରେ ସ୍ୱର୍ଗତ ପୂର୍ଵତନ ମନ୍ତ୍ରୀ ଝାରସୁଗୁଡା ବିଧାୟକ ନବ ଦାସଙ୍କ ମୃତ୍ୟୁ ପରେ ବିଜେଡି ତାର ପ୍ରାର୍ଥୀ ଚୟନ ଶେଷ କରିଛି । କିଏ ପାଇବ ଝାରସୁଗୁଡା ର ଉପନିର୍ବାଚନ ପାଇଁ ସିଟ ତାକୁ ନେଇ ନାନା କଳ୍ପନା ଜଳ୍ପନା ପରେ ବିଜେଡି ତାର ପ୍ରାର୍ଥୀ ସ୍ୱର୍ଗତ ନବ ଦାସ ଙ୍କ ଝିଅ ଦୀପାଳି ଦାସ ଙ୍କୁ ଚୟନ କରିଛି । ତେବେ ପଦ୍ମପୁର ଉପନିର୍ବାଚନ ରେ ବିଜେଡି ତାର ଦକ୍ଷତା ପ୍ରଦର୍ଶନ କରିଥିବା ସହ ଝାରସୁଗୁଡା ଉପନିର୍ବାଚନ ରେ ମଧ୍ୟ ବାଜିମାତ କରିବ ବୋଲି ଆଶା ରଖିଛି । ଝାରସୁଗୁଡା ଉପନିର୍ବାଚନ ପାଇଁ ଏଯାବତ କେବଳ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି ` । ଭାଜପା କି କଂଗ୍ରେସ କେହି ନିଜର ପ୍ରାର୍ଥୀ ଘୋଷଣା ନକରିଥିଲେ ବି ଖୁବ ଶୀଘ୍ର କରିବେ ବୋଲି ଆଶା କରାଯାଉଛି । ଅନ୍ୟପଟେ ୨୦୨୪ ନିର୍ବାଚନ ପୁର୍ବରୁ ଝାରସୁଗୁଡା ଉପନିର୍ବାଚନର ଫଳାଫଳ ୨୦୨୪ ଉପରେ ପ୍ରଭାବ ପକାଇବ ବୋଲି ରାଜନୀତି ସମିକ୍ଷକ ମାନେ କହୁଥିବା ବେଳେ ସେଥିପାଇଁ ସମସ୍ତ ଦଳ ର ନେତା ମାନେ ନିଜ ନିଜର ଦକ୍ଷତା ଆଉ ଶକ୍ତି ପ୍ରଦର୍ଶନ କରିବେ ବୋଲି ଚର୍ଚା ହେଉଛି ।କୁହାଯାଉଛି ଝାରସୁଗୁଡା ଉପନିର୍ବାଚନର ଫଳାଫଳ ଫାଇନାଲ ପରିକ୍ଷା ପୁର୍ବରୁ ପ୍ରବେଶିକା ପରିକ୍ଷା ବା ଏଟ୍ରାଂସ ହେବ । ତେବେ କେଉଁ ନେତା କେତେ ନିଜର ଦମ ଦେଖାଇ ସୁପ୍ରିମୋ ଙ୍କୁ ଖୁସି କରୁଛନ୍ତି ଆଉ ଆଗକୁ ଥିବା ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି ତାହା ହିଁ ଦେଖିବାକୁ ରହିଲା
(ଭୁବନେଶ୍ୱର ରୁ କ୍ୟାମେରା ମ୍ୟାନ ସରୋଜ ରଥ ଙ୍କ ରିପୋର୍ଟ ଏନ ଏନ ଏସ ଓଡିଆ)