ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଗରମା ପଞ୍ଚାୟତ ରେ ଥିବା ଦଧିବାମନ ଜୀୟୁ ସରକାରୀ ହାଇସ୍କୁଲ ରେ 2014ଓ 2015ମସିହା ବେଚ ର ଏକ ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇ ଯାଇଛି। ସକାଳୁ ସକାଳୁ ଛାତ୍ର ଛାତ୍ରୀ ମାନେ ସେମାନଙ୍କ ଶିକ୍ଷକ ମାନଙ୍କୁ ବନ୍ଦାପନା କରିଥିଲେ। ଏହା ପରେ ଶିକ୍ଷକ ମାନଙ୍କୁ ମଞ୍ଚାସିନ କରାଇ ଥିଲେ। ଛାତ୍ର ରତିକାନ୍ତ ମୁଦୁଲି ଉପସ୍ଥାପକ ଭାବେ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ। ଅତି ସୁନ୍ଦର ଭାବରେ ଉପସ୍ଥାପନ କରି ସମସ୍ତ ଙ୍କ ମନ ଜିଣି ଥିଲେ ରତିକାନ୍ତ। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଶିକ୍ଷକ ସୁରେନ୍ଦ୍ର ନାଥ ରଥ। ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ବିନାୟକ। ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ଥିଲେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ରଥ, ଗଗନ ବିହାରୀ ଜେନା, ଭକ୍ତବନ୍ଦୁ ଦାସ, ଗଙ୍ଗାଧର ସାହୁ, ନିରୁପମା ପଣ୍ଡା, ଶୁଭଶ୍ରୀ ତ୍ରୀପାଠୀ, ଏବଂ ୫୪ ଜଣ ଛାତ୍ରଛାତ୍ରୀ ସୁରଜ ସାହୁ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ସୈାଭାଗ୍ୟ ରଞ୍ଜନ ସାହୁ, ସମ୍ବିତି ଲେଙ୍କା, ସଂଗ୍ରାମ ଖଟୁଆ, ଉତ୍ସାହ କରିଥିଲେ।