ଭୁବନେଶ୍ୱର(ଏନଏନଏସ୍): ଆଜିଠାରୁ ବଦଳାଇ ପାରିବେ ୨ହଜାର ଟଙ୍କିଆ ନୋଟ । ଦେଶର ଯେକୌଣସି ବ୍ୟାଙ୍କରେ ଆପଣ ଏହି ସୁବିଧା ପାଇପାରିବେ । କିପରି ୨ହଜାର ଟଙ୍କିଆ ନୋଟ ବଦଳାଇବେ ସେନେଇ ଲୋକଙ୍କ ମନରେ ଦ୍ୱନ୍ଦ ରହିଛି । କିନ୍ତୁ ଏନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ।
ଲୋକଙ୍କ ଦ୍ୱନ୍ଦ୍ୱ ଦୂର କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଲୋକେ ସବୁ ବ୍ୟାଙ୍କରେ ୨ ହଜାର ନୋଟ ବଦଳାଇ ପାରିବେ କିମ୍ବା ଜମା କରିପାରିବେ । ଥରକରେ ଜଣେ ବ୍ୟକ୍ତି ୨୦ ହଜାର ଟଙ୍କା ଅର୍ଥାତ ୧୦ ଖଣ୍ଡ ୨ହଜାର ଟଙ୍କିଆ ନୋଟ ବଦଳାଇପାରିବ । କିନ୍ତୁ ୫୦ହଜାର ଟଙ୍କାରୁ ଅଧିକ ୨ହଜାର ଟଙ୍କିଆ ନୋଟ ବଦଳାଇଲେ ପାନକାର୍ଡ ତଥ୍ୟ ଦେବାକୁ ପଡିବ । ଏନେଇ ୨ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ଖବର ପରେ ଏବେ ବଜାରରେ ପୁଣି ଏହି ବଡ ନୋଟ୍ ଦେଖିବାକୁ ମିଳିଛି ।