ସୋମବାର ଦିନ ଜଣେ ଅଧିକାରୀ ଦାବି କରିଛନ୍ତି ଯେ ମିଆଁମାରର ଚିନ୍ ରାଜ୍ୟରେ ପ୍ରବଳ ଗୁଳି ବିନିମୟ ପରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୦୦୦ ମିଆଁମାର ନାଗରିକ ମିଜୋରାମର ଆନ୍ତର୍ଜାତୀୟ ସୀମା ଦେଇ ଭାରତରେ ପ୍ରବେଶ କରିଛନ୍ତି।
ମିଆଁମାରର ଚିନ୍ ରାଜ୍ୟ ସୀମାରେ ଥିବା ଚମ୍ଫାଇ ଜିଲ୍ଲାର ଡେପୁଟି କମିଶନର (ଡିସି) ଜେମ୍ସ ଲାଲରିଞ୍ଚାନାଙ୍କ ଅନୁଯାୟ, ରବିବାର ସନ୍ଧ୍ୟାରେ ରେ ମିଆଁମାରର ଶାସକ ଜୁଂଟା ସମର୍ଥିତ ସୈନିକ ଏବଂ ପାରାମିଲିଟାରୀ ପିପୁଲ୍ସ ଡିଫେନ୍ସ ଫୋର୍ସ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା।