ଏନଏନଏସ୍: ଦକ୍ଷିଣ ଆଫ୍ରିକୀୟ ଦେଶ ଗୋୟାନାର ଏକ ବାଳିକା ଛାତ୍ରାବାସରେ ଲାଗିଲା ଭୟଙ୍କର ନିଆଁ । ଫଳରେ ୨୦ରୁ ଅଧିକ ଛାତ୍ରୀ ନିଆଁରେ ପୋଡି ମୃତ୍ୟୁବରଣ କରିଛନ୍ତି । ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଗତକାଲି ରାତିରେ ଏଭଳି ଘଟଣା ଘଟିଯାଇଛି । ନିଆଁ ଲାଗିବାର କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଅନ୍ୟପଟେ ସୋସିଆଲ ମିଡ଼ିଆରେ ଦୁର୍ଘଟଣାର କିଛି ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଦମକଳବାହୀନି ଓ ଉଦ୍ଧାରକାରୀ ଦଳଙ୍କ ମିଳିତ ପ୍ରୟାସରେ ନିଆଁ କୁ ଆୟତ୍ତ କରିବା ସହ ଛାତ୍ରୀମାନଙ୍କୁ ଉଦ୍ଧାର କରିବା କାମରେ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ଦୁଃଖଦ ଘଟଣାରେ ଗୋୟାନାର ରାଷ୍ଟ୍ରପତି ଇରଫାନ୍ ଅଲ୍ଲୀ ସୂଚନା ଦେଇଛନ୍ତି, ଖରାପ ପାଗ କାରଣରୁ ଉଦ୍ଧାର କାର୍ୟ୍ୟରେ ବିଳମ୍ବ ଘଟୁଛି । ହଷ୍ଟେଲରେ ଫଶି ରହିଥିବା ଛାତ୍ରୀମାନଙ୍କୁ ଖୁବଶୀଘ୍ର ଉଦ୍ଧାର କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।