ଭୁବନେଶ୍ୱର(ଏନଏନଏସ୍): ପ୍ରକାଶ ପାଇଲା ଯୁକ୍ତ ଦୁଇ ରେଜଲ୍ଟ । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଛି । ରେଜଲ୍ଟ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି । ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି। ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି।
CHSE ଅଧକ୍ଷ ଅଶ୍ୱିନ କୁମାର ମିଶ୍ର ଏହି ସୂଚନା ଦେଇଛନ୍ତି । ଚଳିତ ବର୍ଷ ମୋଟ୍ ୧ ହଜାର୧୪୫ ପରୀକ୍ଷା କେନ୍ଦ୍ରରେ ୩ ଲକ୍ଷ ୫୭ ହଜାର ୯୪୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ବିଜ୍ଞାନରେ ୯୧ ହଜାର ୩୭୯, ବାଣିଜ୍ୟରେ ୨୩ ହଜାର ୧୪୮, କଳାରେ ୨ ଲକ୍ଷ ୨୯ ହଜାର ୧୧୦ ଓ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଗତ ମାର୍ଚ୍ଚ ୧ ରୁ ଏପ୍ରିଲ୍ ୫ ତାରିଖ ପର୍ୟ୍ୟନ୍ତ ଚାଲିଥିଲା ପରୀକ୍ଷା । ଏପ୍ରିଲ ୧୦ ତାରିଖରେ ଆରମ୍ଭ ହୋଇଥିଲା ଖାତାଦେଖା । ସେହିପରି ଜୁନ ୮ ସୁଦ୍ଧା କଳା ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବ ସୂଚନା ଜାରି କରାଯାଇଛି।