ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୭ .୦୨): ଆଜି ରୋଡ ଡେ । ଫେବୃଆରୀ ୧୪ ତାରିଖ ଭାଲେଂଟାଇନ୍ସ ଡେ ପୂର୍ବରୁ ସାପ୍ତାହିକ ପାଳନ କରାଯାଉଥିବା ଗ୍ରାଣ୍ଡ ସେଲିବ୍ରେସନର ପ୍ରଥମ ଦିବସ ହେଉଛି ଏହି ରୋଜ୍ ଡେ । ପ୍ରତ୍ୟେକ ପ୍ରେମୀ ଯୁଗଳଙ୍କ ପାଇଁ ସ୍ମରଣୀୟ ଦିନିଟିଏ । ପ୍ରଥମ ଦିନ ଫୁଲ ଦିଆନିଆରୁ ପ୍ରେମକୁ ସତେଜ କରିଥାନ୍ତି ପ୍ରେମୀ ଯୁଗଳ । ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଏବେ ସାର୍ବଜନୀନ ହୋଇଛି । ବିଶେଷ କରି ପ୍ରତି ପ୍ରେମୀ ଯୁଗଳ ନିଜର ପ୍ରେମର ପ୍ରମାଣ ଦେବାକୁ ଯାଇ ଏହି ଉତ୍ସବକୁ ପାଳନ କରିଥାନ୍ତି ।
କୁହାଯାଏ ପ୍ରେମ ହେଉଛି ଅଜର ଅମର । ଯୁଗେ ଯୁଗେ ପ୍ରେମର ଜୟ ଜୟକାର ହୋଇ ଆସିଛି । ଇତିହାସ ଠାରୁ ପୁରାଣ ଯାଏ ସବୁଠି ପ୍ରେମ ହିଁ ଜିତି ଆସିଛି । ତାହା ରାଧା କୃଷ୍ଣ ପ୍ରେମ ହେଉକି ଶାହଜାହାନ୍-ମମ୍ତାଜ୍ ବା ବାଜିରାଓ ମସ୍ତାନୀ କିମ୍ବା କ୍ଲିଓପାଟ୍ରା ମାର୍କ ଆନ୍ଥୋନୀ ନତୁବା ଲୈଲା ମଜନୁ । ପ୍ରେମ ପାଇଁ ବଳିଦାନ ସବୁ ଯୁଗରେ ସବୁ ସମୟରେ ଦେଖିବାକୁ ମିଳିଆସିଛି । ଏହି ପ୍ରେମ ଏବେ ପ୍ରତି ପ୍ରେମୀ ଯୁଗଳଙ୍କ ପାଇଁ ଉତ୍ସବରେ ପରିଣତ ହୋଇଛି ।