ହାଇଦ୍ରାବାଦର ଜଣେ ୧୩ ବର୍ଷର ବାଳିକା ଆଫ୍ରିକାର ସବୁଠାରୁ ଉଚ୍ଚତମ ଗିରି ଶୃଙ୍ଗ ମାଉଣ୍ଟ କିଲିମଞ୍ଜାରୋ ଚଢ଼ି ରେକର୍ଡ କରିଛନ୍ତି । ଏହି ବାଳିକାଙ୍କ ନାମ ମୁରିକି ପୁଲକିତା ହାସ୍ଭି । ମୁରିକ ଏହି ରେକର୍ଡ କରିଥିବାରୁ ନିଜ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହା ମୋ ପାଇଁ ଏକ ସାହସିକ ଅନୁଭବ ଥିଲା । ମାଉଣ୍ଟ କିଲିମଞ୍ଜାରୋ ଏଭଳି ଏକ ପାହାଡ ଯେଉଁଠାରେ ଆପଣ ସମସ୍ତ ପ୍ରକାର ଋତୁକୁ ଅନୁଭବ କରିପାରିବେ । ଏହି ପର୍ବତାରୋହଣ ପାଇଁ ତାଙ୍କୁ ଏପ୍ରିଲରେ ହୋଇଥିବା ଏଭେରେଷ୍ଟ ବେସ୍ କ୍ୟାମ୍ପର ଠିକ୍ ୩ ମାସ ପୂର୍ବରୁ ସୂଚନା ଦିଆଯାଇଥିଲା । ଏଭେରେଷ୍ଟରେ ବେସ୍ କ୍ୟାମ୍ପ କରିବା ପରେ ସମସ୍ତ ୭ ଶୃଙ୍ଗ ଆହୋରଣ ପାଇଁ ମୁଁ ନିଷ୍ପତ୍ତି ନେଲି । ପର୍ବତାରୋହଣ ପାଇଁ ପ୍ରଥମେ ମାନସିକ ଭାବେ ପ୍ରସ୍ତୁତ ହେବା ଦରକାର ବୋଲି ମୁଁ ବେସ୍ କ୍ୟାମ୍ପରୁ ଶିଖିଥିଲି । ତେଣୁ ମୁଁ ନିଜକୁ ମାନସିକ ଭାବେ ସୁସ୍ଥ ରହିବା ପାଇଁ ଯୋଗ ଏବଂ ଧ୍ୟାନ ଆଦି କରିଥିବା ମୁରିକି କହିଛନ୍ତି । ତାଙ୍କ ଭବିଷ୍ୟତ ଯୋଜନା ବିଷୟରେ ସେ କହିଛନ୍ତି ଯେ, ଆଗାମୀ ୨୦୨୪ ସୁଦ୍ଧା ସେ ସମସ୍ତ ୭ଟି ଶୃଙ୍ଗ ଆରୋହଣ କରିବାକୁ ଚାହୁଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛି ।