ଏନଏନଏସ୍: ମାଲକାନଗିରି ଜିଲ୍ଲାବାସୀଙ୍କ ମୌଳିକ ସମସ୍ୟାକୁ ନେଇ ୪ ଦଫା ଦାବି ପୂରଣ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ବ୍ୟାପି ୧୨ ଘଣ୍ଟିଆ ବନ୍ଦ ଡ଼ାକରା। ଏହାର ପ୍ରଭାବରେ ସ୍କୁଲ, କଲେଜ, ଦୋକାନ ବଜାର ଏବଂ ଗାଡି ଚଳାଚଳ ବନ୍ଦ ରହିଛି। ଜିଲ୍ଲାର ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା, ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତର ଅଭାବ, ଦଶ କୋଟି ବ୍ୟୟ ଅଟକଳରେ ହୋଇଥିବା BED କଲେଜକୁ ସ୍ଵୀକୃତି ପ୍ରଦାନ କରିବା ଏବଂ ଜିଲ୍ଲାରେ ବିଦ୍ୟୁତ୍ ବିଭ୍ରାଟ ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସବୁ ମୁଖ୍ୟ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବୀ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବାରୁ ଆଜି ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଆଗକୁ ଯଦି ଦାବୀ ପୂରଣ ନ ହୁଏ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର କହିଛନ୍ତି।