ସୋରଡ଼ା ବ୍ଲକ ଚାକୁଣ୍ଡା ଗ୍ରାମରେ ଗ୍ରାମ ଦେବତୀ ମନ୍ଦିର ପ୍ରତିଷ୍ଠା ଶୁଭାରମ୍ଭ ହୋଉଛି I ଏହାସହ ଚବିଶି ପ୍ରହର ନାମ ଯଜ୍ଞ ମଧ୍ୟ ଆରମ୍ଭ ହୋଇଛି l ଗୁରୁବାର ଗ୍ରାମର ସାହସ୍ରାଧିକ ମହିଳା ନୂତନ ବସ୍ତ୍ର ପରିଧାନ କରି ଗୁରୁବାର ସକାଳେ ସୋରଡ଼ା ପଞ୍ଚାନନ ପୀଠ ନିକଟ ଋଷିକୁଲ୍ୟା ନଦୀରୁ ଜଳ ଧରି ସୋରଡ଼ା ସହର ପରିକ୍ରମା ସହ ଜରଉ, ନୁଆଁ ଖିଲା ବାଡ଼ି, ବଞ୍ଜର, ଖାରିଗୁଡା, ଧର୍ମପୁର ଦେଇ ଦୀର୍ଘ 11 କିଲୋମିଟର ଚାଲି ଚାଲି କଳସ ଶୋଭାଯାତ୍ରା ରେ ଗ୍ରାମ ଯଜ୍ଞ ସ୍ଥଳ ରେ ପହଂଚି ଜଳ କଳସ ସ୍ଥାପନ କରିଥିଲେ l ଶୁକ୍ରବାର ଦୀକ୍ଷା ଗ୍ରହଣ, ଅଂକୁର ରୋପଣ, କର୍ମ ଆରମ୍ଭ, ଶନିବାର ସାଲା ପୂଜା, ସୂର୍ଯ୍ୟ ପୂଜା, ଅଗ୍ନି ସ୍ଥାପନ ଓ ରବିବାର ଦେବତା ସିଂହାସନ ଆରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଏଥିପାଇଁ ଅଂଚଳ ଉତ୍ସବ ମୁଖର ହୋଇଛି I