ଏନଏନଏସ୍: ଭାରତର ଅଧ୍ୟକ୍ଷତାରେ ଚାଲିଛି ଜି – ୨୦ ସମ୍ମିଳନୀ । ଏପ୍ରିଲ ୧୭ ସୁଦ୍ଧା ଜି – ୨୦ ସମ୍ମିଳନୀ ଅଧିନରେ ଆୟୋଜନ ହୋଇସାରିଛି ୧୦୦ ବୈଠକ । ବାରଣସୀ ରେ ଆୟୋଜିତ ୧୦୦ତମ ବୈଠକରେ ଯୋଗ ଦେଇଛନ୍ତି କୃଷି ବୈଜ୍ଞାନିକ । ପୂର୍ବ ସୂଚନା ଅନୁଯାୟୀ ଗତ ୨୦୨୨ ଡିସେମ୍ବର ୧ରେ ଆରମ୍ଭ ହୋଇଥିଲା ପ୍ରଥମ ଜି – ୨୦ ସମ୍ମିଳନୀ ବୈଠକ କରାଯାଇଥିବା ବେଳେ ଗତକାଲି ସୋମବାର ଦିନ ଗୋଆ ଏବଂ ହାଇଦ୍ରାବାଦରେ ମଧ୍ୟ ଜି-୨୦ ଅଧିନରେ ଭିନ୍ନ ଭିନ୍ନ ବୈଠକର ଆୟୋଜନ କରାଯାଇଥିଲା । ଏନେଇ ବୈଦେଶିକ ମନ୍ତ୍ରାଳୟ କହିଛନ୍ତି, ଦେଶର ୨୮ ରାଜ୍ୟର ୪୧ ସହରରେ ବର୍ତ୍ତମାନ ସୁଦ୍ଧା ଆୟୋଜନ ହୋଇଛି ୧୦୦ ବୈଠକ । ଏଥିରେ ମୋଟ ଭାଗ ନେଇଛନ୍ତି ୧୧୦ ଦେଶର ୧୨,୮୦୦ ପ୍ରତିନିଧି । ଏଥିରେ ଜି-୨୦ର ସଦସ୍ୟ ୨୦ ରାଷ୍ଟ୍ର ସହ ନଅଟି ଦେଶ ଏବଂ ୧୪ ବିଶ୍ୱ ସଂସ୍ଥା ମଧ୍ୟ ସାମିଲ ହୋଇଥିଲେ । ବୈଦେଶିକ ମନ୍ତ୍ରାଳୟ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଭାରତରେ ଜି-୨୦ ଅଧିନରେ ତିନି ମନ୍ତ୍ରିସ୍ତରୀୟ ବୈଠକ ହୋଇ ସାରିଛି ।