<h3>ଜମ୍ମୁ-କଶ୍ମୀରର ରିଏସି ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଆହତ ହୋଇଥିବା ନେଇ ସୂଚନା । ଆତଙ୍କବାଦୀମାନଙ୍କ ବିଷୟରେ ଅଧିକରୁ ଅଧିକ ତଥ୍ୟ ଜାଣିବା ପାଇଁ ସର୍ଚ ଅପରେସନ କରାଯାଉଛି । ପୂରା ଜଙ୍ଗଲକୁ ଘେରାବନ୍ଦୀ କରି କମ୍ବିଂ ଅପରେସନ କରାଯାଉଛି । ଆତଙ୍କବାଦୀଙ୍କୁ ଖୋଜିବାକୁ ଡ୍ରୋନ ଓ ହେଲିକପ୍ଟରର ବ୍ୟବହାର କରୁଛନ୍ତି ଯବାନ। ଜମ୍ମୁ-କଶ୍ମୀରର ଡିଜାଷ୍ଟର ରେସପନ୍ସ ଟିମକୁ ମୁତୟନ କରାଯାଇଛି । ୯ ତାରିଖ ରବିବାର ତୀର୍ଥ ଯାତ୍ରୀମାନେ ବୈଷ୍ଣୋଦେବୀ ଯାଉଥିବା ବେଳେ ଏହି ବସ ଉପକୁ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ତେବେ ଦୁର୍ଘଟଣାଗ୍ରସ୍ତ ବସଟି ୟୁପିରେ ହୋଇଥିବା ନେଇ ସୂଚନା । ଏହାପରେ ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିଲା ବସ୍ । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୩୦ରୁ ଅଧିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଲକ୍ସର ସହଯୋଗୀ ସଂଗଠନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି । ଏହି ଆକ୍ରମଣରେ ୩ରୁ ୪ ଜଣ ଆତଙ୍କବାଦୀ ସାମିଲ ଥିବା ନେଇ କୁହାଜାଉଥିବା ବେଳେଏହି ଆତଙ୍କବାଦୀମାନେ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରିଥିବା ସନ୍ଦେହ କରାଯାଉଛି ।</h3>