ଏନଏନଏସ୍: ଜମ୍ମୁ କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଜାତୀୟ ରାଜପଥ-୪୪ରେ ପୋଲ ତଳକୁ ଖସିଲା ବସ୍ । ଘଟଣାସ୍ଥଳରେ ୧୦ ଜଣ ଯାତ୍ରୀଙ୍କର ମୃତୁ୍ୟ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ବସ୍ ଟି ଅମୃତସରରୁ ବୈଷ୍ଣୋଦେବୀ ଯାଉଥିଲା । ବସ୍ ରେ ୭୫ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଏହି ସମୟରେ ଜାତୀୟ ରାଜପଥ-୪୪ରେ ବସଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲା । ଫଳରେ ୧୦ଜଣ ଯାତ୍ରୀଙ୍କର ମୃତୁ୍ୟ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଅନ୍ୟପଟେ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।