ଏନଏନଏସ୍: ଛତିଶଗଡ ଦନ୍ତେୱାଡାରେ ବଡ ଧରଣ ନକ୍ସଲ ଆକ୍ରମଣ । ଆକ୍ରମଣରେ ୧୧ ଜଣ ସହିଦ ହୋଇଛନ୍ତି । ବିସ୍ଫୋରଣ କରି ଯବାନଙ୍କ ଗାଡି ଉଡାଇଥିଲେ ନକ୍ସଲ । ଏଥିରେ ୧୦ ଜଣ ପୋଲିସ ଅଧିକାରୀ , ଜଣେ ଡା୍ରଇଭରଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ଗାଡିକୁ ଲକ୍ଷ୍ୟକରି ଆଇଇଡି (IED) ବିସ୍ଫୋରଣ କରିଥିଲେ ନକ୍ସଲ । ଅପରେସନରେ ଯାଉଥିବା ବେଳେ ଆମ୍ବୁସ ଲଗାଇ ଆକ୍ରମଣ ହୋଇଥିବା ବେଳେ କିଛି ଯବାନ ଆହତ ହୋଇଛନ୍ତି ।
ପୋଲିସର ସୂଚନା ଅନୁଯାୟୀ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଆରମ୍ଭ ହୋଇଥିବା ମାଓ ବିରୋଧୀ ଅପରେସନ ଶେଷ କରି ଡିଆରଜି ଫୋର୍ସର ଯବାନମାନେ ଫେରୁଥିବା ବେଳେ ଏହି ଘଟଣା ଘଟିଛି । ଏଥିରେ ୧୧ଜଣ ଯବାନ ସହିଦ ହୋଇଛନ୍ତି । ଏବେ ବି ଘଟଣାସ୍ଥଳରେ ଜାରି ରହିଛି ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ।