ଜମିପଟ୍ଟା କାଗଜ ପତ୍ର କରାଇ ଦେବା କହି ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବାଲିକୁଦା ତହସିଲ ମଲ୍ଲିକାପୁର ଆର ଆଇ ବିଭୁଦତ ସାହୁ। ଆଜି ଅଳାବୋଳ ଗ୍ରାମର ନୀମାଇ ଜେନା ଠାରୁ ପାଞ୍ଚ ହଜାର ଟଙ୍କା ନେବା ବେଳେ ଧରା ପଡ଼ିଥିଲେ। ଘରବାରି ଜମି ପଟ୍ଟା କରାଇ ଦେବା ନିମନ୍ତେ ନେଉଥିଲେ ଲାଞ୍ଚ। ଲାଞ୍ଚ ନେବା ବେଳେ ପୂର୍ବରୁ ଭିଜିଲାନ୍ସ ର ଗୋଟେ ଟିମ୍ ପୂର୍ବ ରୁ ପ୍ରସ୍ତୁତ ହୋଇ ରହିଥିଲେ। ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ରେଡ ହ୍ୟାଣ୍ଡ ରେ କାବୁ କରିଥିଲା ଭିଜିଲାନ୍ସ।