ସେଦିନ ଥିଲା ଜୁନ୍ ୧୪ ତାରିଖ ୨୦୨୦ ମସିହା । ସାରା ବଲିଉଡକୁ ଲାଗିଥିଲା ଏକ ଝଟକା । ବଲିଉଡର ୟଙ୍ଗଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନ୍ସଙ୍କ ପାଇଁ ଆସିଥିଲା ଦୁଖଃଦ ଖବର । ୩୪ ବର୍ଷିୟ ସୁଶାନ୍ତଙ୍କ ମୁମ୍ବାଇ ବାନ୍ଦ୍ରାସ୍ଥିତ ଘରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା ତାଙ୍କ ମୃତଦେହ । ଏହାପରେ ଅନେକ ଚର୍ଚ୍ଚା । କିଏ କହିଥିଲା ତାଙ୍କୁ ନେପୋଟିଜମ୍ ପାଇଁ ମର୍ଡର୍ କରା ଯାଇଛି ତ ଆଉ କିଏ କହିଥିଲା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରା ଯାଇଛି । ଏ ସବୁ ଭିତରେ ସୁଶାନ୍ତଙ୍କ ମୃତୁ୍ୟକୁ ନେଇ ତାଙ୍କ ବାପା କେକେ ସିଂ ପାଟନାରେ ଏତଲା ରୁଜୁ କରିଥିଲେ । ସେ କହିଥିଲେ ଯେ ଅଭିନେତ୍ରୀ ରେହା ଚକ୍ରବର୍ତ୍ତୀ ଏବଂ ଅନ୍ୟ କେତେଜଣ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସକାଉଥିଲେ ଏବଂ ଆର୍ଥିକ ଜାଲିଆତ ସହ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ । ଏହାର ଜବାବରେ ରେହା ଚକ୍ରବର୍ତ୍ତୀ ମଧ୍ୟ ମୁମ୍ବାଇରେ ଏକ ଅଭିଯୋଗ କରିଥିଲେ । ଏହା ପରେ ୨୦୨୦ ଅଗଷ୍ଟରେ ସିବିଆଇ ମାମଲାର ତଦନ୍ତଭାର ଗ୍ରହଣ କରିଥିଲା । ୨ଟି ଯାକ ମାମଲାର ତଦନ୍ତ କରିଥିଲା ସିବିଆଇ ।
ତେବେ ସିବିଆଇ ତଦନ୍ତର ୪ ବର୍ଷ ପରେ ଏବେ କ୍ଲୋଜର ରିପୋର୍ଟ ଦାଖଲ କରା ଯାଇଛି । ସିବିଆଇ ପକ୍ଷରୁ ରିୟା ଚକ୍ରବର୍ତ୍ତୀ ଏବଂ ପରିବାରକୁ କ୍ଲିନ୍ ଚିଟ୍ ଦିଆ ଯାଇଥିବା ବଳେ ସୁଶାନ୍ତଙ୍କ ମୃତୁ୍ୟ ପାଇଁ କେହି ଦାୟୀ ନୁହନ୍ତି ବୋଲି ସୂଚନା ଦିଆ ଯାଇଛି । କିନ୍ତୁ ସୁଶାନ୍ତଙ୍କ ପରିବାର ପକ୍ଷରୁ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରାଯାଇ ପାରିବ ବୋଲି କୁହା ଯାଇଛି ।
ତେବେ ସୁଶାନ୍ତଙ୍କ ମୃତୁ୍ୟ ପରେ ତାଙ୍କ ପାଖରୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନଥିଲା । ତାଙ୍କ ମୃତୁ୍ୟ ଆତ୍ମହତ୍ୟା ଜନିତ ବୋଲି ମୁମ୍ବାଇ ବୋଲିସ ତାର ପ୍ରଥମିତ ରିପୋର୍ଟରେ ଦର୍ଶାଇଥିଲା । ଘରେ ଜୋର ଜବରଦସ୍ତ କେହି ପଶିଥିବା ନେଇ ତଦନ୍ତ ବେଳେ ସୁରାକ ପାଇନଥିଲା ପୋଲିସ । ତେଣୁ ଆତ୍ମହତ୍ୟା ପଛରେ ମାନସିକ ଚାପ ହୋଇଥାଇପାରେ ବୋଲି ଅନୁମାନ କରିଥିଲା ପୋଲିସ । ବ୍ୟବଚ୍ଛଦ ରିପୋର୍ଟରୁ ଜଣାପଡିଥିଲା ଯେ ତାଙ୍କର ଶ୍ୱାସରୁଦ୍ଧ ହୋଇ ମୃତୁ୍ୟ ହୋଇଛି ।
ମୁମ୍ବାଇ କୋର୍ଟରେ ସିବିଆଇ ଏହି ରିପୋର୍ଟ ଦାଖଲ କରି ସ୍ପଷ୍ଟ କରିଛି ଯେ ସୁଶାନ୍ତ ସିଂଙ୍କ ମୃତୁ୍ୟ ପଛରେ କୌଣସି ପ୍ରକାର ଷଡଯନ୍ତ୍ର ଥିବା ନେଇ କିଛି ପ୍ରମାଣ ମିଳି ନାହିଁ । ସେପଟେ କ୍ଲୋଜର ରିପୋର୍ଟ ଦାଖଲକୁ ନେଇ ପ୍ରତିକ୍ରତୟା ରଖିଛନ୍ତି ତକ୍ରାଳିନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ । ବୁ୍ୟରୋ ରିପୋର୍ଟ ଏନଏନଏସ୍ ଓଡ଼ିଆ ।