୪ ଦିନ ବନ୍ଦ ରହିବ ବ୍ୟାଙ୍କ । ଆନେ୍ଦାଳନର ଡାକରା ଦେଇଛନ୍ତି ବ୍ୟାଙ୍କ କର୍ମଚାରୀ । ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସେଥିପାଇଁ ବ୍ୟାଙ୍କ କାମ ଥିଲେ ଶୀଘ୍ର ସାରନ୍ତୁ । ମାର୍ଚ୍ଚ ୨୪ ଓ ୨୫ ତାରିଖରେ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ କର୍ମଚାରୀ ସଂଘ । ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ପଡ଼ୁଛି । ଏହାପରେ ଦୁଇଦିନ ଆନ୍ଦୋଳନ ଡାକରା ଦେଇଛନ୍ତି ବ୍ୟାଙ୍କ୍ କର୍ମଚାରୀ । ଏହିଭଳି ଭାବରେ ମୋଟ ୪ ଦିନ ବ୍ୟାଙ୍କ୍ ବନ୍ଦ ରହିବ ।
୯ ଦଫା ଦାବୀ ନେଇ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ । ୟୁଏଫ୍ବିୟୁ ଆହ୍ଵାନରେ ଦେଶର ୯ଟି ବ୍ୟାଙ୍କ ସଂଘ ଏହି ଧର୍ମଘଟରେ ସାମିଲ୍ ହେବାକୁ ନିଷ୍ପତ୍ତି ନେଇଛନ୍ତି । ପର୍ୟ୍ୟାପ୍ତ ନିଯୁକ୍ତି ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ସପ୍ତାହରେ ୫ କାର୍ୟ୍ୟ ଦିବସ, ପିଏଲ୍ଆଇ ନେଇ ଡିଏଫ୍ଏସ୍ଙ୍କ ନିର୍ଦ୍ଦେଶାବଳୀ ପ୍ରତ୍ୟାହାର, ବ୍ୟାଙ୍କ କର୍ମଚାରୀଙ୍କ ସୁରକ୍ଷା, ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନିର୍ଦ୍ଦେଶକ ପଦବୀ ପୂରଣ, ଗ୍ରାଚ୍ୟୁଇଟି ଆଇନରେ ସଂଶୋଧନ, ଓଊଈଓ ବ୍ୟାଙ୍କରେ ସର୍ବନିମ୍ନ ୫୧% ଅଂଶଧନ ରଖିବା ଭଳି ୯ଟି ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇବେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ । ଏହି ଧର୍ମଘଟରେ ଓଡ଼ିଶାର ୬ ହଜାର ସରକାରୀ ବ୍ୟାଙ୍କ ଶାଖାର ୩୭ ହଜାରରୁ ଅଧିକ କର୍ମଚାରୀ ସାମିଲ ହେବେ ।