ଏବେ ନୂଆପଡ଼ା ଜିଲ୍ଲାରେ ଉଦଘାଟନ ହେଲା ଧାନମଣ୍ଡି । ଚଳିତ ବର୍ଷ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି ୪୪ ହଜାର ଚାଷୀ । ଜିଲ୍ଲାରେ ମୋଟ ୭୬ଟି ଧାନମଣ୍ଡି ରହିଛି । ଧାନମଣ୍ଡିର ପରିଚାଳନା ଶାନ୍ତି ଶୃଙ୍ଖଳାର ସହିତ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ଧାନ ବିକ୍ରି ପାଇଁ ୪୪ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ତେବେ ଧାନ ବିକ୍ରି ପାଇଁ ମୋଟ ୨୬ଟି କେନ୍ଦ୍ର ରହିଥିବା ବେଳେ ୨୬ ଟି କୃଷି ସମବାୟ ସମିତି ଏବଂ ୧୩ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ଧାନ କ୍ରୟ କରିବେ । ଚଳିତ ବର୍ଷ ଧାନ ବିକ୍ରି ପାଇଁ ୩୦ଟି ଧାନ ମିଲ ମଧ୍ୟ ସମ୍ମିଳିତ ହେବେ ।
ଧାନମଣ୍ଡି ଉଦଘାଟନ ମୁଖ୍ୟ ଅତିଥି ଜିଲ୍ଲାପାଳ ହେମକାନ୍ତ ସାଏ କରିଛନ୍ତି । ଜିଲ୍ଲା ଯୋଗାଣ ଅଧିକାରୀ ପି.କେ.ରାଉତରାୟ, ଆର ଏମ ସି ଅଧିକାରୀ ଆର୍ଯ୍ୟକୁମାର ମୁଦୁଲି, ତରବୋଡ଼ କୃଷି ସମବାୟ ସମିତି ସମ୍ପାଦକ ସାଗର ସାହୁ, ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଞ୍ଜନ ଯୋଶୀ, ଚାଷୀ ନେତା ଯଦୁମଣି ପାଣିଗ୍ରାହୀ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।