ବିଧାନସଭାରେ ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ। ଗୃହର ମଧ୍ୟଭାଗକୁ ଆସି ବିଜେପି ସଦସ୍ୟଙ୍କ ହୋହଲ୍ଲା ସହ ୨ ବିଧାୟକଙ୍କ ନିଲମ୍ବନକୁ ବିରୋଧ କରିଛନ୍ତି। ଏହାପରେ ବାଚସ୍ପତି ପ୍ରମିଳା ମଲ୍ଲିକ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି।
ସେହିପରି ନିଜକୁ ଅସୁରକ୍ଷିତ ବୋଲି କହିଛନ୍ତି ବିରୋଧୀ ଦଳ ନେତା। ସେ କହିଛନ୍ତି, ମୁଁ ଗୃହରେ ଓ ଗୃହ ବାହାରେ ସଂପୂର୍ଣ୍ଣ ଅସୁରକ୍ଷିତ। ଏଥିପାଇଁ ସରକାରଙ୍କ ସାହଯ୍ୟ ଲୋଡୁ ନାହିଁ। ଯଦି ମୋର ଓ ପରିବାର ଲୋକଙ୍କର କିଛି କ୍ଷତି ହୁଏ ତାହାହେଲେ ନବୀନ ବାବୁ ଦାୟୀ ହେବେ।
ଅନ୍ୟପକ୍ଷରେ ଗୃହ ନ ଚାଲିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ବିରୋଧୀ ଗୃହରେ ବିରୋଧ କରିବେ। ସରକାର ଗୃହ ଚଳାଇବା କଥା। ଗୃହ ବନ୍ଦ ହେବାରୁ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠି ପାରିଲାନି। ସରକାର ଭୟଭୀତ, ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଉନାହାନ୍ତି। ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହେବା କଥା।