ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନୂଆଗାଁ ରେଳ ଷ୍ଟେସନ ନିକଟରେ ଜଣେ ମହିଳା ନିଜ ଶିଶୁପୁତ୍ର ସହ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଶି ସୂଚନା ଅନୁସାରେ, ଏହି ଘଟଣା ନୂଆଗାଁ ରେଳ ଷ୍ଟେସନ ନିକଟରେ ଘଟିଛି । ମୃତ ମହିଳାଜଣଙ୍କ ବସ୍ତା ବ୍ଲକ ଦୁଧହଂଶା ଗ୍ରାମର ରୀତାରାଣୀ (୨୫) ହୋଇଥିବା ଜଣାପଡ଼ିଛି । ମୃତ ପୁଅର ନାମ ମକୁରୁ(୩) ହୋଇଥିବା ବେଳେ ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ । ଖବର ପାଇ ବାଲେଶ୍ୱର ଜିଆଇପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପାରିବାରିକ କନ୍ଦଳକୁ ନେଇ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।