ମୋହନା (ମିହିର ଯତି): ଟଳିଗଲା ଏକ ବଡ଼ ଦୁର୍ଘଟଣା। ବ୍ରିଜ୍ ତଳକୁ ଖସୁ ଖସୁ ରହିଗଲା ବସ୍। ବଞ୍ଚିଗଲା ପ୍ରାୟ ୫୦ ଯାତ୍ରୀଙ୍କ ଜୀବନ। ଆଜି ସକାଳେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖେମୁଣ୍ଡିଖେଲରେ। ‘ମହାବୀର’ ନାମକ ଏକ ଘରୋଇ ବସ୍ ମୋହନାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଖେମୁଣ୍ଡିଖେଲ ନିକଟରେ ଭାରସାମ୍ୟ ହରାଇ ଏକ ବ୍ରିଜ୍ର ଗାର୍ଡ ୱାଲ୍ରେ ପିଟି ହୋଇଯାଇଥିଲା। ଗାର୍ଡ ୱାଲ୍ ଭାଙ୍ଗି ଯାଇଥିଲା ଓ ବସ୍ର ବାମ ପାର୍ଶ୍ୱର କିଛି ଅଂଶ ବ୍ରିଜ୍ ତଳକୁ ଝୁଲି ରହିଥିଲା। ବସ୍ର ବାମ ପାର୍ଶ୍ୱର ସମ୍ମୁଖ ଚକ ସଂପୂର୍ଣ୍ଣ ଭାବେ ବ୍ରିଜ୍ ତଳକୁ ଝୁଲି ରହିଥିଲା।