ଭୁବନେଶ୍ୱର: ରାଜଧାନୀ ଏବେ ଅପରାଧ ଓ ଠକେର ଗନ୍ଥାଘର ପାଲଟିଛି। ଦିନକୁ ଦିନ ଏବେ ଠକେଇ ଓ ଲୁଟ ବଢି ଚାଲିଛି। ଅପରାଧ କରିବାର ନୂତନ ତରିକା ମଧ୍ୟ ଆପଣାଯାଇଛି। ସେହପରି ଆଜି ଏକ ଘଟଣା ଦେଖିବାକୁ ମିଳିଛି। ଧୋକା ଦେଇଛି ଧରମ ଭାଇ। ଭଉଣୀ କରି ଜଣେ ଯୁବତୀଙ୍କ ଠାରୁ ଜଣେ ଦୁର୍ବୁତ୍ତ ପଇସା ଲୁଟିଛନ୍ତି। ରାମ ମନ୍ଦିରରେ ହାତରେ ସୂତା ବାନ୍ଧିଲା, ମିଠା ଖୁଆଇଲା। ତା’ପରେ ଭଉଣୀ ଆକାଉଣ୍ଟକୁ ୨ ଲକ୍ଷ ଟଙ୍କା ପଠାଇବ କହି ସ୍କୁଟିରେ ବସାଇ ନେଲା। ଏଣେତେଣେ ବୁଲାଇବା ପରେ ହେଲମେଟ୍ ଚେକିଂ ବାହାନା ଦେଖାଇ ଛୁ’ ମାରିଛି ଲୁଟେରା। ଯୁବତୀଙ୍କ ଭ୍ୟାନିଟ୍ ବ୍ୟାଗ ଲୁଟି ନେଇଛି। ଭ୍ୟାନିଟରେ ୩୦ ହଜାର ଟଙ୍କା, ଏଟିଏମ୍ ଓ ବ୍ୟାଙ୍କ ପାସବୁକ୍ ଥିବା ଯୁବତୀ ଅଭିଯୋଗ କରିଛନ୍ତି । ଯୁବତୀ ଜଣଙ୍କ ଖାରବେଳ ନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି।