ଭୁବନେଶ୍ୱର ୟୁନଟି-୧ ପଡିଆରେ ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା । ଏହି ମେଳା ଫେବୃଆରୀ ୯ ତାରିଖ ଯାଏଁ ଚାଲିବ । ଦୈନିକ ପୂର୍ବାହ୍ନ ୧୧ ଟାରୁ ସଂନ୍ଧ୍ୟା ୭ ଯାଏଁ ଚାଲିବ ଏହି ମେଳା । କୋଭିଡ୍ ନିୟମ ମାନି ମେଳା ଆୟୋଜନ କରିବାକୁ ନିଷ୍ପତ୍ତି । ଦେଶରେ ଦେଖାଦେଇଥିବା କରୋନାର ଭୟକୁ ଦେଖି ଗତବର୍ଷ ବହୁ ପର୍ବପର୍ବାଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରିଥିଲେ ରାଜ୍ୟ ସରକାର । ଆଉ ପର୍ବପର୍ବାଣୀ ପାଳନ କରାଯାଇଥିଲା, ତାହା ପୁଣି ବିଧି ରଖିବା ପାଇଁ ହୋଇଥିଲା । ତେବେ ୨୦୨୧ରେ କରୋନା ଟିକା ବାହାରିବା ପରେ ରାଜ୍ୟ ସରକାର ବିଭିନ୍ନ ସେକ୍ଟରକୁ ଧିିରେଧିରେ ଖୋଲୁଛନ୍ତି । କୋଭିଡ୍ ଗାଇଡଲାଇନ୍ରେ ସାଂସ୍କୃତିିକ କାର୍ଯ୍ୟକ୍ରମ ଓ ସଭାସମିତି ଆୟୋଜନ କରାଯାଉଛି । ଠିକ୍ ସେମିତି ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବାହ୍ନ ୧୧ରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ।ଏଥିରେ ସାନିଟାଇଜ୍ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।