କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ବଢ଼ିବାରେ ଲାଗିଛି। କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ପ୍ରଶିକ୍ଷକ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ତଥା ସ୍ଵଧୀନତା ପୂର୍ବରେ ଡାକ୍ତରଙ୍କ ପରବର୍ତ୍ତୀ ଚିକିତ୍ସାକୁ ବିରୋଧ କରି ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମଏ) ଅଗଷ୍ଟ ୧୭ ରେ ୨୪ ଘଣ୍ଟା ଧରି ଦେଶବ୍ୟାପୀ ଧର୍ମଘଟ କରିଅଛି। ଦିନ ସ୍ୱାସ୍ଥ୍ୟ ସେବାକୁ ବନ୍ଦ ରଖିବାକୁ ଏକ ଆହ୍ୱାନ ଦିଆଯାଇଛି। ଏହାର ସମର୍ଥନ ଜଣାଇ ଭାରତୀୟ ମେଡିକାଲ ଆସୋସିଏସନର ବରଗଡ ଶାଖା ସୂଚନା ଦେଇଛି ଯେ ଅଗଷ୍ଟ ୧୭ ତାରିଖ ସକାଳ ୬ ଟାରୁ ୧୮ ଅଗଷ୍ଟ ପର୍ୟ୍ୟନ୍ତ ସ୍ୱାସ୍ଥ୍ୟ ସେବା ବନ୍ଦ ରହିବ। ଏହି ଅବଧି ମଧ୍ୟରେ ଜରୁରୀକାଳୀନ ସେବା ଜାରି ରହିବ, କିନ୍ତୁ OPD ବନ୍ଦ ରହିବ ବୋଲି କୁହାଯାଇଛି। ବରଗଡ଼ ସହରର ରାଜରାସ୍ତାରେ ଗର୍ଜିଲେ ସରକାରୀ ଓ ବେସରକାରୀ ଡାକ୍ତର । କୋଲକାତା ରାଜ୍ୟ ର ମହିଳା ଡାକ୍ତର ଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ପ୍ରତିବାଦ ରେ ଆଜି ଭାରତୀୟ ଚିକିତ୍ସକ ସଂଘ ପକ୍ଷରୁ ଆନ୍ଦୋଳନ ଡ଼ାକରା ଦିଆଯାଇଛି । ଏହି କ୍ରମରେ ବରଗଡ଼ ରେ ମଧ୍ୟ ଡାକ୍ତର ଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି । ଶନିବାର ସକାଲ ୧୦ ଘଣ୍ଟା ସମୟରେ ବରଗଡ଼ ଗାନ୍ଧୀ ଛକ ଠାରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଡାକ୍ତର ଗଣ ଚାଲି ଚାଲି ଯାଇ ପ୍ରତିବାଦ କରିବା ସହ ଏକ ଦାବୀପତ୍ର ଏସପି ଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି । ଦୋଷୀଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଈଁ ଦାବି କରାଯାଇଛି ଆଇଏମଏ ବରଗଡ ଶାଖା ର ସମସ୍ତ ସଦସ୍ୟ, ଭାରତୀୟ ଡେଣ୍ଟାଲ ଆସୋସିଏସନ ବରଗଡ ଶାଖା, ଓଏସଆରୟୁ ବରଗଡ ଶାଖା ପକ୍ଷରୁ ଏଥିରେ ସମ୍ପୂର୍ଣ୍ଣ ସହଯୋଗ ସମ୍ପର୍କରେ ସୂଚନା ଦେଇଛନ୍ତି।