ଲକ୍ଷ୍ନୌ ,(ଏନଏନଏସ ଓଡ଼ିଆ /୦୨ .୦୩): ୨୦୧୭ରେ ଘଟିଥିବା ଏକ ଟ୍ରେନ୍ ବିସ୍ଫୋରଣ ମାମଲାରେ ଏନ୍ଆଇଏ ସ୍ୱତନ୍ତ୍ର କୋର୍ଟ ୭ ଜଣ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଏବଂ ଅନ୍ୟ ଜଣେ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଦୋଷୀମାନେ ହେଲେ ମହମ୍ମଦ ଫୈଜଲ, ଗାଉସ୍ ମହମ୍ମଦ ଖାନ୍, ଆଜାର ଆତିଫ୍ ମୁଜାଫର, ଡାନିସ୍, ମୀର ହୁସେନ୍ ଓ ଆସିଫ୍ ଇକ୍ବାଲ । ୨୦୧୭ ମାର୍ଚ୍ଚ ୭ରେ ଭୋପାଳ-ଉଜ୍ଜୟିନୀ ଏକ୍ସପ୍ରେସ୍ରେ ଘଟିଥିବା ବୋମା ବିସ୍ଫୋରଣରେ ଏମାନେ ଦୋଷୀସାବ୍ୟସ୍ତ ହୋଇଛନ୍ତି । ବିସ୍ଫୋରଣ ଯୋଗୁଁ ଦଶଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ।