ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୦୯.୦୨): ତୁର୍କୀ ଓ ସିରିଆରେ ଶକ୍ତିଶାଳୀ ଭୂକମ୍ପ ମୃତ୍ୟୁ ସଂଖ୍ୟା ୧୫ ହଜାର ଟପିଛି । ଭୂକମ୍ପ ପରେ ସେଠାରେ ହାହାକାର ପରିସ୍ଥିତି ଲାଗି ରହିଛି। ଧ୍ୱଂସାବଶେଷ ତଳୁ ଉଦ୍ଧାର କରାଯାଉଛି ମୃତାହତଙ୍କୁ। ଅନେକ ଅଟ୍ଟାଳିକା ତଳେ ଏବେ ମଧ୍ୟ ଦବି ରହିଛନ୍ତି ହଜାର ହଜାର ଲୋକେ। ସେପଟେ ବଢିଚାଲିଛି ମୃତ୍ୟ ଓ ଆହତଙ୍କ ସଂଖ୍ୟା। ଏଯାଏଁ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାପଡିଛି। ଏହାସହ ଆହତଙ୍କ ସଂଖ୍ୟା ୮୦ ହଜାର ପାର୍ ହୋଇ ସାରିଛି। ମୃତାହତଙ୍କ ସଂଖ୍ୟା ଆହୁରି ମଧ୍ୟ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି।
ଏହାମଧ୍ୟରେ ତୁର୍କୀର ଭିନ୍ନ ଭିନ୍ନ ସହରରେ ବାରମ୍ବାର ଭୂକମ୍ପ ଝଟକା ଅନୁଭବ କରାଯାଉଛି। ୟୁଏସଜିଏସ ରିପୋର୍ଟ ଅନୁଯାୟୀ, ରାତି ୧୨ଟା ପରେ ସକାଳ ସାତଟା ୧୪ ମିନିଟ୍ ମଧ୍ୟରେ ଭିନ୍ନ ଭିନ୍ନ ସମୟରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏହାର ତିବ୍ରତା ୪.୪ ରୁ ୪.୫ ରେକର୍ଡ କରାଯାଇଛି। ସେପଟେ ଭାରତ ତୁର୍କୀରେ ଭୂକମ୍ପରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ ପାଇଁ ‘ଅପରେଶନ ଦୋସ୍ତ’ ଜାରି ରଖିଛି। ସାହାଯ୍ୟ ମଧ୍ୟ ବଢାଇଛି। ସେନା, ବାୟୁସେନାର ଯବାନ,ଏନଡିଆରଏଫ ଓ ଡାକ୍ତର ଟିମ୍ ତୁର୍କୀକୁ ପଠାଇଛି। ଷଷ୍ଠ ଥର ପାଇଁ ରିଲିଫ୍ ଜିନିଷ ମଧ୍ୟ ପଠାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।