ସୋନପୁର ଗାନ୍ଧୀ ଷ୍ଟାଡିୟମ ରେ ୧୫ ବର୍ଷ ରୁ କମ୍ ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ ୨୦୨୫ ର ତୃତୀୟ ଦିବସ ଖେଳ ଅନୁଷ୍ଟିତ ହୋଇ ଯାଇଛି l ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାର ମିଳିତ ସହଯୋଗ ରେ ଅନୁଷ୍ଟିତ ଆଜିର ଏହି ଟର୍ଣ୍ଣlମେଣ୍ଟ କୁ ଅତିଥି ଭାବରେ ଭେଟରାନ ଫୁଟବଲର ପୁରୁଷତ୍ତମ ପାଣିଗ୍ରାହି, ବାବୁଲା ବେବର୍ତ୍ତା, ରିଆଜ ମହମ୍ମଦ ଯୋଗ ଦେଇ ଉଦ୍ଘାଟନ କରିଥିଲେ l ଓ ଖେଳାଳୀ ଙ୍କୁ ପୁରସ୍କୃତ କରିଥିଲେ l ଜିଲ୍ଲା ର ସମସ୍ତ ବ୍ଳକ୍ ରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେବାକୁ ଥିବା ବେଳେ ଆଜି କଙ୍କlଳି ଏଫ୍ ସି ଜନ୍ମୁରl ଓ ବି ଏମ୍ ପୁର ମଧ୍ୟରେ ପ୍ରଥମ ମ୍ୟlଚ ଓ ଚର୍ଦେଇ କ୍ଲବ୍ ରାମ ଧୂନ୍ କ୍ଳବ୍ ବି ମଧ୍ୟରେ ଦ୍ଵିତୀୟ ମ୍ୟାଚ ଅନୁଷ୍ଠିତ ହୋଇଛି l ତୃତୀୟ ମ୍ୟାଚ୍ ରାମ ଧୂନ୍ ଡି ଓ ନାରାୟଣ ପୁର ଏଫ୍ ସି ମଧ୍ୟରେ ଅନୁଷ୍ଟିତ ହୋଇଥିଲା l l ସମସ୍ତ ମ୍ୟାଚ ରେ ଉଭୟ ଟିମ୍ ର ୦-୦ ଗୋଲ ରେ ଆଜିର ମ୍ୟାଚ୍ ସବୁ ଅମିମାଂସିତ ରହିଛି l ସମସ୍ତ ମ୍ୟାଚ କୁ ରେଫରୀ ସଞ୍ଜୀବ ସାହୁ ସହଯୋଗି ରେଫରି ଭାବେ ପ୍ରଶାନ୍ତ ସେଠି, ନରେଶ ମାଝୀ ଓ ଅନିଲ ଭୋଇ , ଅନିତା ମହାକୁଡ, ଅଜିତ , ସାନୁଜ କୁମାର ଖେଳ ପରି ଚାଳନା କରିଥିଲେ l ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା ଙ୍କ ତତ୍ୱା ଵଧାନ ରେ ଅନୁଷ୍ଟିତ ଏହି ଖେଳ ରେ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ, ଚନ୍ଦନ , ଅନିଲ, ଚାହଦ, ଚୈତନ୍ୟ , ରବି, କିରଣ , ସଦା, ରଞ୍ଜୁ, ପୁରେନ୍ ଓ କଲିମ୍ ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l