ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିବ। କାହିଁକିନା ୟୁପି ଜନସାଧାରଣ ପରିବର୍ତ୍ତନ ଚାହୁଁଛନ୍ତି। ଏପରି କିଛି ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଏଥିସହିତ ଏଥର ନିର୍ବାଚନରେ ତାଙ୍କ ପାର୍ଟି କୌଣସି ବଡ଼ ପାର୍ଟି ସହ ମେଣ୍ଟ କରିବନି ବୋଲି ମଧ୍ୟ ଅଖିଳେଶ ସ୍ପଷ୍ଟ କରି ଦେଇଛନ୍ତି।
ଅଖିଳେଶ ଆହୁରି କହିଛନ୍ତି ଯେ, ୪୩୦ଟି ବିଧାନସଭା ସିଟରୁ ୩୦୦ରେ ବିଜୟ ହାସଲ କରିବାକୁ ଆମେ ଟାର୍ଗେଟ କରିଛୁ। ରାଜ୍ୟରେ ଖୁବଶୀଘ୍ର ସମାଜବାଦୀ ପାର୍ଟି କ୍ଷମତାକୁ ଫେରିଲେ ଟିକାକରଣ ଫ୍ରିରେ କରାଯିବ। ୟୁପିରେ ସମ୍ପୂର୍ଣ୍ଣ ରୂପେ ଟିକାକରଣ ହେବା ପରେ ମୁଁ ଟିକା ନେବି।
ସୂଚନାଯୋଗ୍ୟ, ୟୁପିରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ଆୟୋଜିତ ହେବ। ଆଉ ଏଥର ନିର୍ବାଚନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ବେଶ୍ ପ୍ରତିଦ୍ୱନ୍ଦ୍ୱିତାମୂଳକ ରହିବ। କାରଣ ବର୍ତ୍ତମାନ ସମୟରେ ଯୋଗୀଙ୍କୁ ନିଜ ପାର୍ଟିରେ ହିଁ ଅସନ୍ତୋଷର ସାମ୍ନା କରିବାକୁ ପଡ଼ୁଥିବାରୁ ସେ ବାରମ୍ବାର ଦିଲ୍ଲୀ ଗସ୍ତ କରି ଶୀର୍ଷ ନେତୃତ୍ୱକୁ ଭେଟୁଛନ୍ତି।