ଏନ୍ଏନ୍ଏସ ଓଡିଆ,ନୂଆଦିଲ୍ଲୀ: ପ୍ରାୟ ଦେଢ ବର୍ଷ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିରହି ଥିବା ବେଳେ, ୟୁକ୍ରେନ ସହର ଉପରେ ବାଲାଷ୍ଟିକ୍ ମିସାଇଲ୍ ମାଡ କରିଛି ମସ୍କୋ ସେନା । ଏଥିରେ ୫ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୩୧ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ରେକସୁ୍ୟ ଟିମ୍ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି । ଏହି ଆତ୍ମଘାତୀ ହାମଲା ପୂର୍ବ ୟୁକ୍ରେନର ଜନଗହଳି ପୂର୍ଣ୍ଣ ପୋକ୍ରଭସ୍କ ସହରର ହୋଇଛି । ଏନେଇ ଟେଲିଗ୍ରାମ ମାଧ୍ୟମରେ ୟୁକ୍ରେନ ମନ୍ତ୍ରୀ ଇଗ୍ନୋର କ୍ଲିମେନକୋ ସୂଚନା ଦେଇଛନ୍ତି । ଆହତଙ୍କ ମଧ୍ୟରେ ୧୯ଜଣ ପୋଲିସ କର୍ମଚାରୀ ଅଛନ୍ତି । ୟୁକ୍ରେନ ଜନବସତି ଉପରେ ଋଷ୍ର ହମଲାକୁ କଡା ନିନ୍ଦା କରିଛନ୍ତି ରଷ୍ଟ୍ରପତି ଜେଲେନସ୍କି । ସେ କହିଛନ୍ତି, ମସ୍କୋ ସେନା ସାଧାରଣ ଆବାସୀୟ ସ୍ଥାନକୁ ଟାର୍ଗେଟ୍ କରିଛନ୍ତି । ରଷ୍ଟ୍ରପତି ଜେଲେନସ୍କି ନିଜ ଟ୍ୱିଟରେ ଏକ ପାଞ୍ଚ ମହଲା ବିଲ୍ଟିଂ, ଋଷ ମିସାଇଲ୍ ହମଲାରେ ନଷ୍ଟ ହୋଇଯାଇଛି । ଦୁଇଟି ମିଶାଇଲ୍ ମାଡ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଧ୍ୱଂସାବଶେଷ ଖୋଜା ଚାଲିଛି ମାଟି ତଳେ ଅନେକ ରହିଯାଉଛି । ପ୍ରାୟ ଦେଢ ବର୍ଷ ଋଷ ଓ ୟୁକେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନେକ ଦେଶ ପ୍ରାୟସ କରିଥିଲେ ମଧ୍ୟ ମିଶନ ଫେଲ୍ ମାରିଛି । କେତେବେଳେ ୟୁକ୍ରେନ ଋଷକୁ ଡ୍ରୋନରେ ଟାର୍ଗେଟ୍ କରୁଛି ତ ପୁଣି କେତେବେଳେ ମିସାଇଲ ମାଡ଼ କରି କୀବ ସହରକୁ ଧ୍ବଂସ ସ୍ତୁପରେ ପରିଣତ କରୁଛି । ଗତ କିଛି ଦିନ ଥରେ ୟୁକ୍ରେନ ମସ୍କୋ ସହର ଉପରେ ଅତ୍ୟାଧୁନିକ ଡ୍ରୋନ୍ ମାଧ୍ୟମରେ ହମଲା କରିଥିଲା । ସେହିପରି ରବିବାର ଋଷର ସମୁଦ୍ର ପରିବହନ ବିଭାଗର ଏକ ତେଲ ଟାଙ୍କରକୁ ଟାର୍ଗେଟ୍ କରିଥିଲେ । ଏଥିରେ ତୈଲ ଜାହଜ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏହାର ପ୍ରତିଶୋଧ ଋଷ ନେଇଥିବା କୁହାଯାଉଛି ।