ଟିଟିଲାଗଡ : ଆମେରିକୀୟ ପାଣିପାଗ ବିଶେଷଜ୍ଞଙ୍କ ମତରେ ଚଳିତ ବର୍ଷ ହୋଲି ଠାରୁ ୪୦ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ବଢ଼ୁଛି ତାତି; ହୋଲିରେ ୪୦ ଡିଗ୍ରୀ ପାର ହୋଇଛି ପାରଦ । ୧୯୭୦ ମସିହାରୁ ଲଗାତାର ଭାବେ କରାଯାଉଥିବା ଏହି ଅଧ୍ୟୟନ ଅନୁସାରେ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୪୦ଡିଗ୍ରୀ ତାପମାତ୍ରା ରହିଥାଏ, ହେଲେ ଏବେଠୁ ଭାରତର ୯ ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ବିଶେଷଜ୍ଞମାନେ କହିଛନ୍ତି ।ତେବେ ଜଳବାୟୁ ପରିବର୍ତ୍ତନ ଲାଗି ପ୍ରବଳ ତାତି ଅନୁଭୂତ ହେବ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଭାରତୀୟ ପାଣିପାଗକୁ ଦେଖିଲେ, ମାର୍ଚ୍ଚ ଓ ଏପ୍ରିଲ ମାସରେ ଉତ୍ତର ଓ ପଶ୍ଚିମ ଭାରତ ବିଶେଷ କରି ଜମ୍ମୁ କାଶ୍ମୀରରେ ତାପମାତ୍ରା ୨.୮ ଡିଗ୍ରୀ ବୃଦ୍ଧି ପାଇଥାଏ । ମିଜୋରାମରେ ୧.୯ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇଥାଏ । ଏବେ ଠାରୁ ଦେଶର ୯ଟି ରାଜ୍ୟରେ ୪୦ ଡିଗ୍ରୀ ତାପମାତ୍ରା ରହିଛି । ୧୯୭୦ ମସିହାରେ ୩ଟି ରାଜ୍ୟ ମହାରାଷ୍ଟ୍ର, ବିହାର ଓ ଛତିଶଗଡ଼ ବ୍ୟତୀତ ତାପମାତ୍ରା ଅନ୍ୟ କୌଣସି ରାଜ୍ୟରେ ୪୦ ଡିଗ୍ରୀ ପାର କରୁନଥିଲା । ହେଲେ ଚଳିତ ବର୍ଷ ୯ ରାଜ୍ୟ ରାଜସ୍ଥାନ, ଗୁଜୁରାଟ, ତେଲେଙ୍ଗାନା, ମଧ୍ୟ ପ୍ରଦେଶ, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ତାପମାତ୍ରା ୪୦ ଡିଗ୍ରୀ ପାର କରିବ ବୋଲି କୁହାଯାଉଛି । ମାର୍ଚ୍ଚ ଓ ଏପ୍ରିଲ ମାସ ମଧ୍ୟରେ ତାତିର ପ୍ରଭେଦକୁ ନେଇ ବିଶେଷଜ୍ଞମାନେ କହିଛନ୍ତି । ମହାରାଷ୍ଟ୍ର ରାଜ୍ୟର ୩୭ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର ହୋଇଛି । ସେପଟେ ମଦୁରାଇ ସହର ବ୍ୟତୀତ ଦେଶର କେନ୍ଦ୍ରାଞ୍ଚଳରେ ପ୍ରାୟ ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ବିଳାସପୁରରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ୩୧ ପ୍ରତିଶତ ରହିଛି । ଏପରି ହେଲେ ୧୯୭୦ ମସିହା ତୁଳନାରେ ଏହା ୨.୫ ଗୁଣା ଅଧିକ ରହିବ ବୋଲି ଜଣାପଡି଼ଛି । ଯଦି ତାପମାତ୍ରା ବୃଦ୍ଧି ପାଏ, ତେବେ ବିଗତ ଦିନ ତୁଳନାରେ ଏହା ୮.୧ ଗୁଣା ଅଧିକ । ଏଭଳି ସ୍ଥିତିରେ ଅତୀତରେ ତତଲାଗଡ ରୂପେ ପରିଚିତ ଓଡ଼ିଶା ର ଟିଟିଲାଗଡ ର ତାପମାତ୍ରା ୫୦ ଡିଗ୍ରୀ ଛୁଇଁ ଥିବା ବେଳେ ଏହି ଅଞ୍ଚଳ କୁ ଆନ୍ତର୍ଦେଶୀୟ ବିଶେଷଜ୍ଞ କମିଟି ର ସ୍ଵତନ୍ତ୍ର ଅନୁଧ୍ୟାନ କରିବା ସହ ଏହି ତାପମାତ୍ରା ରୁ ମୁକ୍ତି ତଥା ତାର କାରଣ ନେଇ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯାଇଥିଲା । ହେଲେ ସେ ନେଇ କାର୍ଯ୍ୟକାରିତା ରୂପାୟନ ହୋଇ ପାରିନାହିଁ । ପାନୀୟ ଜଳ ଯୋଗାଣ,ବୃକ୍ଷ ରୋପଣ ଆଦି ପଦକ୍ଷେପ କାଗଜ, କଲମରେ ସିମୀତ ରହିଥିବା ଯୋଗୁଁ ଲୋକେ ଅସ୍ତ,ବ୍ୟସ୍ତ ହେବା ଆରମ୍ଭ ହେଲାଣି । ଏହି ସହର ର କୋଟି,କୋଟି ଟଙ୍କା ବ୍ୟୟ ଅଟକଳ ରେ ବାଙ୍କେଲ ଜଳ ପ୍ରକଳ୍ପ ବ୍ୟବସ୍ଥା କରାଯାଇଥିଲା । ହେଲେ ଉକ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ପୋତି ହୋଇ ଯିବା ସହ କଳାହାଣ୍ଡି ଜିଲ୍ଲା ତେଲ ନଦୀ ରୁ ପାଇପ ଲାଇନ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ସହ ଓଭର ହେଡ ଟ୍ୟାଙ୍କର ନିର୍ମାଣ ହୋଇ କାର୍ଯ୍ୟକ୍ଷମ ନ ହେବା ଏପରିକି ସହର ରେ ମଧ୍ୟ ସପ୍ତାହ କୁ ଥରେ ପାଣି ଆସିବା ନେଇ ଲୋକ ଅକଥନୀୟ ହଇରାଣ ହେଉଛନ୍ତି । ଆଖ,ପାଖ ଗ୍ରାମାଞ୍ଚଳ କଥା ନ କହିବା ଭଲ,ମୁଣ୍ଡଫଟା ଖରା ଆରମ୍ଭ ହୋଇଯାଇଥିବା ବେଳେ ପ୍ରଶାସନିକ ଖାମ ଖିଆଲ ନୀତି ଯୋଗୁଁ ବିଭିନ୍ନ ପାନୀୟ ଜଳ ଟ୍ୟାପ ଗୁଡ଼ିକ ଅଚଳ ହୋଇ ପଡ଼ି ରହିଛି । ବୃକ୍ଷ ରୋପଣ ବଦଳ ରେ ଜଙ୍ଗଲ ନଷ୍ଟ ହୋଇ ଚାଲିଥିବା,ପ୍ରମୁଖ କୁମୁଡ଼ା ପାହାଡ ଚାରି ପଟେ ରେଞ୍ଜ ଅଧିକାରୀ ସୁଶିଲ ତ୍ରିପାଠୀ ଙ୍କ ସମୟ ରେ ବ୍ୟାପକ ବୃକ୍ଷ ରୋପଣ କରାଯାଇ ଥିଲା ହେଲେ ସବୁ ଯତ୍ନ ଅଭାବରୁ ନଷ୍ଟ ହୋଇ ଯାଇଥିଲା । କେବଳ ଲୋକ ଦେଖାଣିଆ ପାର୍କ ନିର୍ମାଣ ଗେଟ ଓ କିଛି ଫୁଲ ଗଛ ରହିଛି । ଏହି ବର୍ଷ ପ୍ରତିବର୍ଷ ତତଲା କଡ଼େଇ ରେ ଲୋକେ ଶିଝିବା ଭଳି ପରିସ୍ଥିତି ନେଇ ଚର୍ଚ୍ଚା ଜୋର ଧରି ଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବା ନିତାନ୍ତ ଜରୁରୀ ବୋଲି ବିଭିନ୍ନ ମହଲ ରୁ ଦାବି ହେଉଛି ।