ବଲାଙ୍ଗିର: ବର୍ଷକ ଥରେ ଆସିଥିଲା ହୋଲି। ହୋଲିକୁ ହସ ଖୁସିରେ ଉପଭୋଗ କରିବା ପାଇଁ ନିଜର ପ୍ରିୟଜନଙ୍କ ଠାରେ ରଙ୍ଗ ଲଗାଯାଏ । ହେଲେ ରଙ୍ଗ ଖେଳିବାଟା ହୋଇଗଲା କାଳ। ହୋଲି ରେ କେମିକାଲ ମିଶା ରଙ୍ଗ ଖେଳି ୨୦ ଜଣ ଯୁବକ ଅସୁସ୍ଥ ହୋଇଛନ୍ତି । ତେବେ ଘଟଣା ଟି ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ତେବେ ସମସ୍ତ ଗୁରୁତର ଙ୍କୁ ଏବେ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ଅଶୋକ ନଗର ଓ ଆନନ୍ଦ ନଗର ରେ ୨୦ ଜଣ ଯୁବକ ହୋଲି ଦିନ କେମିକାଲ ମିଶା ରଙ୍ଗ ସାଙ୍ଗ ମାନଙ୍କ ସହ ଖେଳିଥିଲେ। ପରେ ସନ୍ଧ୍ୟା ସମୟରେ ଦେହସାରା ଫୋଟକା ପରି ଫଳିଯାଇଥିଲା ଓ ସେମାନ ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେପରିବାର ଲୋକେ ସେମାନଙ୍କୁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।
ତେବେ ଏଭଳି ହେବା ପଛରେ କେମିକାଲ ରଙ୍ଗ ଯୋଗୁ ହୋଇଥିବାର ସନେ୍ଦହ କରାଯାଉଛି ।