ଇଣ୍ଟରଭ୍ୟୁ ପାସ୍ କରିଥିଲେ ଆମ ପୁଅ ଚାକିରି ଖଣ୍ଡିଏ ପାଇଥାନ୍ତା । ଦୌଡ଼ରେ ପାସ୍ କଲା କିନ୍ତୁ ଦୌଡ଼ ପରେ ସେ ଆମକୁ ଛାଡ଼ି ଚାଲିଯିବ ଆମେ କେବେ ବି ଭାବି ନଥିଲୁ । ପୁଅର ଚାକିରି ହୋଇଯିବ ବୋଲି ପୂରା ପରିବାର ଖୁସିଥିଲା । କିନ୍ତୁ ପରିବାର ଖୁସିରେ ଯେମିତି କାହା ନଜର ଲାଗିଗଲା । ପୁଅ ହୋମଗାର୍ଡ ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲା ସତ । କିନ୍ତୁ ଏବେ ହସ୍ପିଟାଲରେ ପଡ଼ିଛି ମରଶରୀର । ଦେବଗଡ଼ ରିଜର୍ଭ ପୁଲିସ ପଡିଆରେ ହୋମଗାର୍ଡ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ମୃତକ ଜଣଙ୍କ ରିଆମାଳ ଥାନା ବୁଡିଦୋ ଗାଁର ସାହେବ ଦେହୁରୀ । ଇଣ୍ଟରଭ୍ୟୁ ବେଳେ ଦୌଡ଼ ପରୀକ୍ଷା ପରେ ଅସୁସ୍ଥ ହୋଇପଡ଼ିଥିଲେ ସାହେବ। ଆଶାୟୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ ସହ ୪ ଲକ୍ଷର ଅନୁକମ୍ପା ରାଶୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦେବଗଡ଼ ରିଜର୍ଭ ପୋଲିସ ପଡିଆରେ ହୋମଗାର୍ଡ ଶାରିରୀକ ପରୀକ୍ଷା ଚାଲିଥିବା ବେଳେ ଘଟିଛି ଅଘଟଣ । ରିଆମାଳ ଥାନା ଅନ୍ତର୍ଗତ ବୁଡିଦୋ ଗାଁର ପ୍ରଦୀପ ଦେହୁରୀଙ୍କ ପୁଅ ୨୧ ବର୍ଷିୟ ସାହେବ ଦେହୁରୀ ହୋମଗାର୍ଡ ଇଣ୍ଟରଭ୍ୟୁ ଦେବାପାଇଁ ଦେବଗଡ଼ ରିଜର୍ଭ ପୋଲିସ ପଡିଆରେ ପହଞ୍ଚିଥିଲେ । ପ୍ରଥମେ ଦୌଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । କିନ୍ତୁ ପରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ସାହେବ । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି । ତେବେ ପରିକ୍ଷାର୍ଥୀଙ୍କ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ସାହେବଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ଘଟିଛି । ପରିବାର ଲୋକେ ଚିକିତ୍ସାରେ ଅବହେଳା ପାଇଁ ସାହେବର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି । ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଗତକାଲି ସନ୍ଧ୍ୟାରେ ରିଜର୍ଭ ପୋଲିସ ପଡିଆରେ ଦୌଡ଼ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର କିଛି ସମୟ ପରେ ସାହେବ ଅସୁସ୍ଥ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର ପ୍ରାୟ ୫ଟା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ପରିବାର ଲୋକେ ଚିକିତ୍ସାରେ ଅବହେଳା ପାଇଁ ସାହେବର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ଏସପି ଅନିଲ କୁମାର ମିଶ୍ର ପ୍ରକାଶ କରିଛନ୍ତି l