ହୋଟେଲ ସ୍ୱାଦରେ ଆରମ୍ଭ ହୋଇଛି ତଦନ୍ତ , ସ୍ୱାଦ ହୋଟଲରେ ଚଢାଉ ପରେ ଏବେ ହୋଇଛି ମାପଚୁପ , ଜଙ୍ଗଲ ଜମିରେ ହୋଟଲ ହୋଇଥିବା ସନେ୍ଦହରେ ଚାଲିଛି ତଦନ୍ତ ।
ଏଡିଏମ , ତହସିଲଦାର, ଓ ବନ ବିଭାଗ ର ଉପସ୍ଥିତିରେ ମାପଚୁପ ହୋଇଥିବା ଜଣାପଡିଛି ।ତେବେ ସରକାରୀ ଜମିରେ ହୋଟେଲର କୌଣସି ସ୍ଥାୟୀ ନିର୍ମାଣ ହୋଇନଥିବା ତହସିଲଦାର କହିଛନ୍ତି . କେବଳ ଗୋଟିଏ ପାର୍କ ଓ ପୋଖରୀ ସରକାରୀ ଜମି ଉପରେ ରହିଛି । ବିଜେଡି ବିଧାୟକ ଧ୍ରୁବ ସାହୁ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ ।
ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଛି ପ୍ରଶାସନର ନିଦ।ସମ୍ବାଦର ସାମ୍ୱାଦିକ ସୂର୍ୟ୍ୟ ଲେଙ୍କା ନାଁରେ ଥିବା ୨୪ ଡିସମିଲ ଜମିକୁ ଲାଗି ଥିବା ଦେଢ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ହୋଟେଲ ଓ ଲଜ ତିଆରି କରି ଧ୍ରୁବ ରଙ୍ଗଶାଳା ଚଳାଉଥିବାର ଆସିଥିଲା ସଂଙ୍ଗୀନ ଅଭିଯୋଗ। ତେବେ ଜିଲ୍ଲାପ୍ରଶାସନ ତଦନ୍ତ କରିବାକୁ କହିବା ପରେ ରାଜନଗର ବିଜେପି, ବିଧାୟକ ଧ୍ରୁବ ସାହୁଙ୍କ ନାଁରେ ଆଣିଛି ସଙ୍ଗୀନ ଅଭିଯୋଗ। ସୂର୍ୟ୍ୟଲେଙ୍କାଙ୍କୁ ଜଙ୍ଗଲ ବୋର୍ଡର ସଦସ୍ୟ ପାଇଁ ସୁପାରିଶ କରିଥିଲେ ଧ୍ରୁବ ।ଯାହା ଫଳରେ ଅବୋଇତନିକ ଡିଏଫ୍ଓ ଥିବା ସମୟର ନିଜ କ୍ଷମତାର ଅପବ୍ୟବହାର କରି ଜଙ୍ଗଲ ଜମିରେ ହୋଟେଲ ସ୍ବାଦ ନିର୍ମାଣ କରିବା ସହ ଜଙ୍ଗଲ ବିଭାଗରୁ ଚାନ୍ଦା ଆଦାୟ କରୁଥିଲେ ବୋଲି ବିଜେପି ଅଭିଯୋଗ ଆଣିଛି
ରାଜନଗର ଭିତରକନିକା ଅଭୟାରଣ୍ୟ ନିକଟ ବାଙ୍କୁଆଳରେ ସୂର୍ୟ୍ୟଙ୍କ ନାଁରେ ସ୍ବାଦ ହୋଟେଲ୍ କରି ଜଙ୍ଗଲଜମି ଜବରଦଖଲ କରି ନଜି ପ୍ରଭାବ ଓ କ୍ଷମତା ବଳରେ ଜଙ୍ଗଲ ଜମି ଜବର ଦଖଲ କରିଥିଲେ ବି ଦୀର୍ଘ ଦିନ ଚୁପ ବସିଛି ଜିଲ୍ଲା ପ୍ରଶାସନ ଓ ବନବିଭାଗ । ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଦୁର୍ନୀତିକୁ ପ୍ରଶୟ ଦିଅନ୍ତି ନାହିଁ ବୋଲି ଦଳର ନେତା ଦୀମିଦୀମା ପିଟିଥିବା ବେଳେ ମଧ୍ୟ ରାଜନଗରର ବିଜେଡ଼ି ବିଧାୟକଙ୍କ ଦୁର୍ନୀତି ଚିର ଶୀର୍ଷରେ । ଏଠି ପ୍ରଶ୍ନ କାହିଁକି ଚୁପ ବିଜେଡି ମୁଖିଆ?। ନବୀନ ନିବାସର କେଉଁ କୋଣରେ ନବୀନ? । ତାଙ୍କ ପାଖେ ବିଜେଡି ବିଧାୟକଙ୍କୁ ଏ କେଳେଙ୍କାରୀର ଖବର ଅଛି ନା ନାହିଁ?। ଯଦି ଅଛି କେବେ ଧ୍ରୁବଙ୍କ ବିରୋଧରେ ଆକ୍ନନ ନେବେ ନବୀନ?