ଭଦ୍ରକ- ହୋଟେଲ ରେ ସାଙ୍ଗ ହୋଇ ରହିଥିଲେ ପ୍ରେମୀ ଯୁଗଳ । ହଠାତ ରାତି ଅଧ ରେ ଆତ୍ମହତ୍ୟା କଲେ ଯୁବକ । ଭଦ୍ରକ ଜିଲ୍ଲା ଟାଉନ ଥାନା ଅଧିନ ଚରମ୍ପା ଷ୍ଟେସନ ନିକଟ ଏକ ହୋଟେଲ ରେ ଆତ୍ମହତ୍ୟା କରିଛନ୍ତି ଯୁବକ । ସୂଚନା ଅନୁଯାୟୀ ଭଣ୍ଡାରିପୋଖରୀ ଥାନା ଅଧିନ ଜଳହରି ଗାଁ ର ଦେବରାଜ ସାମଲ ଟିଲୋର ବଡସାହି ଗାଁର ଇପସିତା ବେହେରା ଜନୈକ ଯୁବତୀଙ୍କ ସହ ଚରମ୍ପା ଷ୍ଟେସନ ନିକଟ ଏକ ଭଦ୍ରକ ଚରମ୍ପା ରେଳବାଇ ଷ୍ଟେସନ ନିକଟ ଦୋଷିଲୁ ହୋମ ନାମକ ଏକ ଲଜ୍ ପରିସର ଗୃହରେ ରହିଥିଲେ । ରାତିରେ କୌଣସି କାରଣକୁ ନେଇ ଯୁବକ ଜଣକ ଆତ୍ମହତ୍ୟା କରିଥିଲେ ।
ହୋଟେଲ ମାଲିକ ଘଟଣା ଜାଣି ଯୁବକଙ୍କୁ ଭଦ୍ରକ ମେଡିକାଲକୁ ଆଣିବା ସହ ଟାଉନ ପୋଲିସକୁ ଜଣାଇଥିଲେ । ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଯୁବତୀଙ୍କୁ ଟାଉନ ପୋଲିସ ସହାୟତାରେ ଆସିୟାନାରେ ଛାଡିଛି । ଯୁବକଙ୍କ ପରିବାର ଲୋକେ ତାଙ୍କ ପୁଅକୁ ଏହା ଏକ ପ୍ରାୟୋଜିତ ହତ୍ୟା ବୋଲି ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଟାଉନ ପୋଲିସ ଘଟଣାକୁ ନେଇ ତଦନ୍ତ କରିଥିବା ବେଳେ ଯୁବତୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଘରର ଏକ ମାତ୍ର ପୁଅ ହୋଇଥିବାରୁ ଘର ଏବେ ପୁତ୍ରଶୂନ୍ୟ ହୋଇଯାଇଛି ।