ଭୁବନେଶ୍ୱର: ହୋଲ୍ଡିଂ ଟାକ୍ସ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ବିଏମ୍ସି ପକ୍ଷରୁ ହୋଲ୍ଡିଂ ଟାକ୍ସ ବୃଦ୍ଧି ନେଇ ନିଷ୍ପତି ହୋଇଥିବା ବେଳେ ଏହାକୁ ସ୍ଥଗିତ ରଖିଛନ୍ତି ହାଇକୋର୍ଟ । ବିଏମ୍ସିର ନିଷ୍ପତିକୁ ଚ୍ୟାଲେଞ୍ଜ କରି କିଛି ଗୋଷ୍ଠି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏମିତିକି ସାଧାରଣ ଜଣନା ମଧ୍ୟ ବର୍ଦ୍ଧିତ ହୋଲ୍ଡିଂ ଟାକ୍ସ ବୃଦ୍ଧିକୁ ନାପସନ୍ଦ କରିଥିଲେ ଏବଂ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।ତେବେ ସମସ୍ତଙ୍କ ଅଭିଯୋଗକୁ ଶୁଣାଣି କରିବା ପରେ ହାଇକୋର୍ଟ ଏହାକୁ ବର୍ଦ୍ଧିତ ହୋଲ୍ଡିଂ ଟାକ୍ସ ଆଦାୟ ନିଷ୍ପତିକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ଆହୁରି କହିଛନ୍ତି ଯେ, ମାମଲାର ଶୁଣାଣି ଶେଷ ନହେବା ପର୍ଯ୍ୟନ୍ତ ବର୍ଦ୍ଧିତ ହୋଲ୍ଡିଂ ଟାକ୍ସ ଆଦାୟ କରପାରିବ ନାହିଁ ଭୁବନେଶ୍ୱର ମହାନଗର ନିଗମ । ହାଇକୋର୍ଟଙ୍କ ଏଭଳି ନିଷ୍ପତି ପରେ ଭୁବନେଶ୍ୱରବାସୀଙ୍କୁ କିଛି ମାତ୍ରାରେ ଆସ୍ୱସ୍ତି ମିଳିଛି । ତେବେ ଲୋକଙ୍କ ଦାବି ରହିଛି ଯେ, ସାମୟିକ ଭାବେ ନୁହେଁ ସମ୍ପୂର୍ଣ୍ଣରୂପେ ହୋଲ୍ଡିଂ ଟାକ୍ସ ବୃଦ୍ଧିକୁ ରୋକାଯାଉ । ଭୁବନେଶ୍ୱର ମହାନଗର ନିଗମ ଦ୍ବାରା ବେଆଇନ ଭାବେ ୧୦ ଗୁଣା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ଓ ଜମି ନିର୍ଦ୍ଧାରିତ ମୂଲ୍ୟ ଉପରେ ୦.୫% ପ୍ରପର୍ଟି ଟ୍ୟାକ୍ସ ପ୍ରତ୍ୟାହାର ଦାବିରେ ସୋମବାର ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୁରୁଣା ଭୁବନେଶ୍ବର ସ୍ଥିତ ମାଉସୀମା ମନ୍ଦିରଠାରୁ ଏକ ବିଶାଳ ରାଲି ବାହାରି ଭୁବନେଶ୍ବର ମହାନଗରନିଗମ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ପ୍ରତିବାଦ ସଭା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସମୟରେ ପୁଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା।