<h3>ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଲେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି। ଆଜେରବୈଜାନରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ସମୟରେ ତାଙ୍କ ହେଲିକପ୍ଟରର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏଥିରେ ରାଷ୍ଟ୍ରପତି ଇବ୍ରାହିମ ରଇସି ଏବଂ ତାଙ୍କ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିରାବଡୋଲହିଆନ ମଧ୍ୟ ପ୍ରାଣ ହରାଇଛନ୍ତି। ଉଭୟଙ୍କ ମୃତ୍ୟୁ ହୋଇଥିବା ଏବଂ ହେଲିକପ୍ଟରର ଭଗ୍ନାବଶେଷ ମିଳିଛି ବୋଲି ଇରାନ ଗଣମାଧ୍ୟମ ଦାବି କରିଛି। ରିପୋର୍ଟରେ କୁହାଯାଇଛି ଯେ, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ଠାବ ହୋଇଛି। ଏହା ପୂରାପୁରି ଧ୍ୱଂସ ହୋଇଯାଇଛି। ଏଥିରେ ଥିବା ଯାତ୍ରୀଙ୍କ ଜୀବନ୍ତ ଥିବା କୌଣସି ସଂକେତ ନାହିଁ। ଦୀର୍ଘ ୧୭ ଘଣ୍ଟାର ଅପରେଶନ ପରେ ଡ୍ରୋନ୍ ଫୁଟେଜ୍ ଅନୁଯାୟୀ ଉଦ୍ଧାରକାରୀ ଦଳ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟିକୁ ଖୋଜି ବାହାର କରିଥିଲେ।</h3>