ଏନ୍ଏନ୍ଏସ ଓଡିଆ, ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଗେଟ୍ । ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଆଜି ବନ୍ଦ ହୋଇଛି । ବର୍ତ୍ତମାନ ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବ।।ମ ପାଶ୍ୱର୍ରେ ଗୋଟିଏ ଏବଂ ଡାହାଣ ପାଶ୍ୱର୍ରେ ଗୋଟିେ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଶୁକ୍ରବାର ଅର୍ଥାତ୍ ଆଜି ସକଳା ୯ଟା ସୁଦ୍ଧା ଜଳଭଣ୍ଡାର ଜଳସ୍ତର ୬୦୭.୪୧ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୫୫ ହଜାର ୬୦ କ୍ୟୁସେକ ଜଳ । ସେହିଭଳି ୧ ଲକ୍ଷ ହଜାର ୧୩୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସୂଚନା ଅନୁସାରେ, ବୁଧବାର ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ ହୋଇଥିଲା । ୪ଟି ଗେଟ୍ ବନ୍ଦ ପରେ ୮ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଥିଲା । ବାମ ପାଶ୍ୱର୍ରେ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିଲା । ମୋଟ୍ ୧ ଲକ୍ଷ ୫୫ ହଜାର ୦୧୮ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା । ୧ ଲକ୍ଷ ୧୮ ହଜାର ୦୪୮ କ୍ୟୁସେକ୍ ମହାନଦୀକୁ ଛଡା ଯାଇଥିବା ବେଳେ ପାୱାର୍ ଚ୍ୟାନେଲ ଦେଇ ୩୩ ହଜାର ୨୮୯ କ୍ୟୁସେକ୍, ବରଗଡ କେନାଲ ଦେଇ ୨୬୭୫ କ୍ୟୁସେକ୍, ଶାସନ କେନାଲରେ ୬୩୦ କ୍ୟୁସେକ୍ ଏବଂ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୦୨ କ୍ୟୁସେକ୍ ଯୋଗାଣ ହେଉଥିଲା ।