ଏନ୍ଏନ୍ଏସ ଓଡିଆ, ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ଦୁଇଟି ସ୍ଲୁଇସ୍ ଗେଟ୍ ବନ୍ଦ ହୋଇଛି । ଉପରୁ ମୁଣ୍ଡରୁ ଜଲଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ କମିଥିବାରୁ ଗେଟ୍ ବନ୍ଦ କରାଯାଇଛି । ଫଳରେ ବର୍ତ୍ତମାନ ୪ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହଇଛି । ହୀରାକୁଦର ବାମପାଶ୍ୱର୍ରେ ୨ଟି ଏବଂ ଡାହାଣ ପାଶ୍ୱର୍ରେ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ସୂଚନା ଅନୁସାରେ, ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କମୁଛି । ଯାହା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିବାର ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୨ଟି ସ୍ଲୁଇସ୍ ଗେଟ୍ ବନ୍ଦ କରିଛନ୍ତି ଜଳଭଣ୍ଡାର କର୍ତ୍ତୃପକ୍ଷ । ବାମପାର୍ଶ୍ବରୁ ୨ଟି ଏବଂ ଡାହାଣପାର୍ଶ୍ବରୁ ୨ଟି ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ ୪ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସିତ ଜାରି ରହିଥିଲା ।ଗୁରୁବାର ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୬.୦୪ ଫୁଟ୍ ରହିଥିଲା । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୬୬ ହଜାର ୨୫୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିଭଳି ୧ ଲକ୍ଷ ୨୮ ହଜାର ୨୨୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।