ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଆଜିକାଲି ଲୋକେ କିଛି ବି କରୁଛନ୍ତି । ଅଜବ ପ୍ରକାରର ଷ୍ଟଣ୍ଟ ତାସହ ବିପଦଜନ୍ନକ ସ୍ଥାନରେ ରିଲ୍ସ କରିବା.,. ଆଉ ଏମିତି କିଛି ଅଜବ ରିଲ୍ସକରି ଫସିଛନ୍ତି ଏବେ ସ୍ପାଇଡର ମ୍ୟାନ .., କଟିଛି ୨୬ ହଜାର ଟଙ୍କାର ଫାଇନ ଲୋକ ସୋସିଆଲ୍ ମିଡିଆରେ ଲୋକପ୍ରିୟ ହେବାକୁ ଓ ଟଙ୍କା ରୋଜଗାର କରିବାକୁ ଗୋଟାଏ ବି ସୁଯୋଗ ହାତ ଛଡ଼ା କରୁନହାନ୍ତି। ପ୍ରତିଦିନ କିଛି ନା କିଛି ନୂଆ ନୂଆ ଧରଣର ଭିଡିଓ ଦେଖିବାକୁ ମିଳୁଛି। ମାତ୍ର ଏହାରି ମଧ୍ୟରେ କିଛି ଏପରି ଭିଡିଓ ବି ଭାଇରାଲ୍ ହୁଏ, ଯାହା ନିୟକ ଉଲ୍ଲଂଘନ କରିପକାଏ। କେବେ କେବେ ଲୋକ ଇନ୍ଷ୍ଟାଗ୍ରାମ୍ ରିଲ୍ ପାଇଁ ଜୀବନ ଯିବା ପରି ଷ୍ଟଣ୍ଟ୍ ପ୍ରଦର୍ଶନ କରନ୍ତି। ଦିଲ୍ଲୀରୁ ପୁଣି ଥରେ ସେହିପରି ଏକ ଖବର ହସ୍ତଗତ ହୋଇଛି। ଦିଲ୍ଳୀ ପୁଲିସ୍ ଜଣେ ୨୦ ବର୍ଷୀୟ ଯୁବକଙ୍କ ନାମରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ଯୁବକ ଜଣକ ସ୍ପାଇଡର୍ ମ୍ୟାନ୍ ପୋଷାକ ପିନ୍ଧି ସଡ଼କ ଉପରେ ଖୁବ୍ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ କରିବା ବେଳେ ପୁଲିସ୍ ହାତରେ ଧରା ପଡ଼ିଛନ୍ତି। ଦିଲ୍ଳୀର ଦ୍ବାରକା ଅଞ୍ଚଳରେ ଯୁବକ ଜଣକ ଚଳନ୍ତା କାର୍ ବୋନେଟ୍ ଉପରେ ବସିଥିବାର ଦେଖିବାକୁ ମିଳିଥିଲା। ତାଙ୍କ ସହିତ ଗୌରବ ସିଂହ ନାମକ ୧୯ ବର୍ଷୀୟ ଅନ୍ୟ ଯୁବକ ଜଣକ ବି ଥିଲେ। ଯିଏକି ସେହି ସମୟରେ କାର୍ ଚଳାଉଥିଲେ। ତେବେ ପୁଲିସ୍ ଅଭିଯୁକ୍ତକୁ ଧରିବା ପରେ ତାଙ୍କ ଉପରେ ୨୬ ହଜାର ଟଙ୍କାର ଜରିମାନା ଲଗାଇଛି।ଯୁବକ ଜଣକ ବିପଦଜନକ ଷ୍ଟଣ୍ଟ , ବିନା ପ୍ରଦୂଷଣ ପ୍ର,ମାଣ ପତ୍ରର ଗାଡି ଚଲାଇବା ସହ , ସିଟ୍ ବେଲ୍ଟ ନ ବାନ୍ଧିବା କୁ ପୋଲିସ ଲଗାଇଛି ଜୋରିମାନା ତେବେ ସ୍ପାଇଡର୍ ମ୍ୟାନ୍ ବନି ବୁଲୁଥିବା ଯୁବକ ଜଣକ ହେଲେ ଆଦିତ୍ୟ। ସେ ନଜଫଗଡ଼ର ବାସିନ୍ଦା। ଦିଲ୍ଲୀ ପୁଲିସ୍ ତାଙ୍କ ଧରିବା ପରେ ମାଇକ୍ରୋବ୍ଲଗିଂ ସାଇଟ୍ରେ ଭିଡିଓ ପୋଷ୍ଟ୍ କରି ଲେଖିଛି, ‘‘ଦିଲ୍ଲୀ ପୁଲିସ୍ ଜାଲରେ ଫସିଲା ସ୍ପାଇଡର୍ ମ୍ୟାନ୍’’।