ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ନିକଟରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ହାତେଇଥିଲା ଭାରତ । ଆଉ ଏହି ଟ୍ରଫି ରୋହିତ ଶର୍ମାଙ୍କ ପାଇଁ ସଞ୍ଜିବନୀ ଭଳି କାମ କରିଛି । ରୋହିତ ଶର୍ମା ଏବେ ଜୁନ-ଅଗଷ୍ଟରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ଟେଷ୍ଟ ସିରିଜରେ ଅଧନାୟକ ଦାୟିତ୍ୱ ତୁଲାଇ ପାରନ୍ତି । ଏହା ଏଥିପାଇଁ ସମ୍ଭବ, କାରଣ ରୋହିତ ଶର୍ମା ୯ ମାସରେ ଭାରତକୁ ଲଗାତାର ଦ୍ବିତୀୟ ଆଇସିସି ଟ୍ରଫି ଜିତାଇଛନ୍ତି । ଆଇସିସି ଟି-୨୦ ବିଶ୍ୱକପ ୨୦୨୪ ଓ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ରୋହିତଙ୍କ ରିପୋର୍ଟ କାର୍ଡରେ ସାମିଲ ହୋଇ ସାରିଛି ।
ସୂତ୍ରରୁ ଜଣାପଡିଛି ଯେ ଆଗାମୀ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଅଧିନାୟକ ରହିବେ । ସେ ସିଡନୀ ଟେଷ୍ଟ ମ୍ୟାଚରେ ନିଜ ଆଡୁ ନିଜକୁ ବାହାରେ ରଖିଥିଲେ । ଏହାପରେ ସେ ବୁଝାଇଥିଲେ କି ଗୋଟେ ଟିମ ଜଣେ ଖରାପ ଫର୍ମରେ ଥିବା ଖେଳାଳିଙ୍କ ସହ ରହିପାରିବନି । ଅଷ୍ଟ୍ରେଲିଆ ସହ ଟେଷ୍ଟ ସିରିଜ ପରେ ଭାରତ କୌଣସି ଟେଷ୍ଟ ମ୍ୟାଚ ଖେଳିନାହିଁ । ଆଉ ଏଥିପାଇଁ ଟେଷ୍ଟ କ୍ୟାପ୍ଟେନ୍ସିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହାସହ ରୋହିତ ଶର୍ମା ବି କେବେ କହିନାହାନ୍ତି ସେ ଟେଷ୍ଟ ମ୍ୟାଚ ଖେଳିବେ ନାହିଁ । ସେପଟେ ବିସିସିଆଇ ପୁଣି ଅଧିନାୟକ ଦାୟିତ୍ୱ ରୋହିତଙ୍କ ହାତରେ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।
ରିପୋର୍ଟରେ କୁହାଯାଇଛି କି ଶେଷ ନିଷ୍ପତ୍ତି ପରେ ନିଆଯିବ । କାରଣ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଦୃଷ୍ଟିକୋଣ ଦୀର୍ଘସମୟ ଧରି କ୍ୟାପ୍ଟେନ ଖୋଜିବାରେ ବ୍ୟସ୍ତ ଅଛି । ତେଣୁ ରୋହିତ ଶର୍ମାଙ୍କ ଅଧିନାୟକ ରହିବା ନ ରହିବା ନିଷ୍ପତ୍ତି ଗୌତମ ଗମ୍ଭୀରଙ୍କ ଉପରେ ବି ନିର୍ଭର କରେ । ତେଣୁ କୁହାଯାଉଛି କାଳେ ହିଟ ମ୍ୟାନଙ୍କ କ୍ୟାରିୟରର ନିଷ୍ପତ୍ତି ଗୌତମ ଗମ୍ଭୀର ନେଇପାରନ୍ତି ।