କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଚମ୍ପୁଆ ଏନଏସିରେ ହାତୀ ଆତଙ୍କ। ଗାଁରେ ୧୦ଟି ହାତୀ ପଶି ଘର ଭାଙ୍ଗିଥିବା ଅଭିଯୋଗ। ରାମଲାରେ ୩ଘଣ୍ଟା ରହିବା ପରେ ହାତୀମାନଙ୍କୁ ଜଙ୍ଗଲକୁ ଘଉଡାଇବାକୁ ସକ୍ଷମ ହେଲା ବନ ବିଭାଗ। ଗତକାଲି ରାତିରେ ମୟୁରଭଞ୍ଜରୁ ବୈତରଣୀ ନଦୀ ପାର୍ ହୋଇ ଦୁଇଟି ହାତୀ ଚମ୍ପୁଆ ଏନଏସି ରାମଲା ଭିତରକୁ ପସି ଆସିଥିଲେ। ରାମଲାର ବାବୁ ଆଚାର୍ୟ୍ୟଙ୍କ ବାଡିରେ ଗତକାଲି ରାତି ୧୦ଟା ବେଳେ ୨ଟି ହାତୀ ଦେଖି ଲୋକେ ଭୟଭୀତ ହୋଇ ପଡିଥିଲେ ।ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀ ଘଉଡାଇବାକୁ ଆପ୍ରାଣ ଉଦ୍ୟମ କରିଥିଲା। ହାତୀମାନେ ସେଠାରୁ ଯିବା ସମୟରେ ରାମଲାରେ ଗୋଟିଏ ଘର ଭାଙ୍ଗିଥିବା ସୂଚନା ମିଳିଛି। ଏହି ୨ଟି ହାତୀ ଏବେ ନିକଟସ୍ଥ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରେ ଥିବା ଜଣାପଡିଛି । ଚମ୍ପୁଆ ରେଞ୍ଜରେ ସମୁଦାୟ ଟି ହାତୀ ଥିବା ବେଳେ, ଚମ୍ପୁଆ ଏନଏସି ଭିତରକୁ ହାତୀ ପସି ଆସିବା କାରଣରୁ ଲୋକେ ଭୟଭୀତ ହୋଇ ପଡିଛନ୍ତି।