ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ପୁରୁଣାକୋଟ ବନାଞ୍ଚଳ ଛୋଟକେଇ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଲାଗି ରହିଛି । ଛୋଟକେଇ ଗାଁର ସତିଆ ଧଳ ନିଜ ଫସଲକୁ ଜଙ୍ଗଲୀ ଜନ୍ତୁଙ୍କ ଦାଉରୁ ସୁରକ୍ଷା ଦେବା ନିମନ୍ତେ ବିଲ ନିକଟ ମଞ୍ଚା ଉପରେ ଜଗିଥିବାବେଳେ ଆଜି ସକାଳେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା ।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ଜାଣିବା ପରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା ।ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ରାଶି ପ୍ରଦାନ ସହ ଜଣକୁ ନିଯୁକ୍ତି, ଜଙ୍ଗଲୀ ଜନ୍ତୁ ବିଶେଷ କରି ହାତୀ ଉପଦ୍ରବରୁ ଧନ ଜୀବନକୁ ସୁରକ୍ଷା ଯୋଗାଇଦେବା ନିମନ୍ତେ ଗାଁ ଚତୁଃପାର୍ଶ୍ଵରେ ସୌର ବାଡ଼ ସହ ଗାଁକୁ ରାସ୍ତା ନିର୍ମାଣ ଆଦି ଦାବି ନେଇ ଅଡ଼ି ବସିଥିଲେ ଗ୍ରାମବାସୀ ଓ ସମ୍ପର୍କୀୟଗଣ । ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ପରେ ଗାଁରେ ଚାପା ଉତ୍ତେଜନା ଦେଖାଦେଇଥିଲା ।ଘଟଣା ବିଷୟରେ ଖବର ପାଇ ପୁରୁଣାକୋଟ ରେଞ୍ଜ ଅଧିକାରୀ,ସାତକୋଶିଆ ACF, ପୁରୁଣାକୋଟ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲେ ।ଉତ୍ତ୍ୟକ୍ତ ଲୋକେ ସାତକୋଶିଆ DFO ଘଟଣା ସ୍ଥଳରେ ପହଞ୍ଚି ଦାବି ପୂରଣ ନିମନ୍ତେ ନିର୍ଭର ପ୍ରତିଶୃତି ଡେ଼ବାକୁ ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି ଗ୍ରାମବାସୀ ଓ ସ୍ଥାନୀୟ ଅଭୟାରଣ୍ୟ ବାସିନ୍ଦା ।ଅପରପକ୍ଷରେ ଛୋଟକେଇ ଗାଁରେ ଉପସ୍ଥିତ ଥିବା ACF ପ୍ରତିକ୍ରିୟା ଦେବାକୁ ମନା କରିଥିଲେ ।