ଏନଏନଏସଓଡ଼ିଆ (୦୪.୦୨): ଯାଜପୁରର ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସଙ୍କର ଏକ ବାଲି ବୋଝେଇ ହାଇୱା ଧକ୍କାରେ ମୃତ୍ୟୁ ଘଟିଛି । ସେ ବାଇକ୍ରେ ଯାଉଥିବାବେଳେ ଯାଜପୁରର ଖରସ୍ରୋତା ପୋଲ ଉପରେ ହାଇୱାଟି ତାଙ୍କ ଉପରକୁ ମାଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ଅର୍ଜୁନ ଦାସଙ୍କର ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିବାବେଳେ ତାଙ୍କର ସହଯୋଗୀ ଅନନ୍ତ ମହାନ୍ତିଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି । ବିଆରଏସ୍ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ କୃଷକ ସମ୍ମିଳନୀରେ ଯୋଗ ଦେବାକୁ ପୂର୍ବତନ ବିଧାୟକ ଅର୍ଜୁନ ଚରଣ ଦାସ ତାଙ୍କ ସହଯୋଗୀ ଅନନ୍ତ ମହାନ୍ତିଙ୍କ ସହ ଯାଉଥିଲେ । ଏହି ଘଟଣାରେ ଯାଜପୁରର ସଦର ପୁଲିସ ହାଇୱାକୁ ଜବତ୍ କରିଥିବାବେଳେ ଚାଳକ ଫେରାର ହୋଇଯାଇଥିବା ଜଣାଯାଇଛି । ଅର୍ଜୁନ ଦାସ ଯାଜପୁର ଜିଲ୍ଲାର ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ୧୯୯୫ରୁ ୨୦୦୦ ମସିହା ଯାଏ କଂଗ୍ରେସ ଦଳରୁ ବିଧାୟକ ଥିଲେ ।