ହାଇଟେକ୍ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ମୃତକ ହେଉଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗ ଚାଇଁପୁର ଗାଁର ୨୩ ବର୍ଷୀୟ ଶ୍ରୀତମ ସାହୁ । ଶ୍ରୀତମ ପ୍ରାୟ ୨ ବର୍ଷ ହେବ ହାଇଟେକ୍ ମେଡିକାଲ କଲେଜରେ ଚାକିରି କରୁଥିଲେ। ସେ ପରିବାରର ଏକମାତ୍ର ରୋଜଗାରିଅ ପୁଅ ହୋଇଥିବାରୁ ତାଙ୍କ ମୃତ୍ୟୁ ପରେ ସମଗ୍ର ପରିବାର ବେସାହାରା ହୋଇ ପଡ଼ିଛି।
ଶ୍ରୀତମଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାରବର୍ଗଙ୍କୁ ଗତକାଲି ରାତି ପ୍ରାୟ ୯ଟାରେ ସୂଚନା ଦିଆଯାଇଥିଲା। ଏହାପରେ ପରିବାର ଲୋକେ ହାଇଟେକ୍ ମେଡିକାଲ କଲେଜରେ ପହଞ୍ଚିଥିବା ବେଳେ ଆଜି ଆଣିଛନ୍ତି ସାଂଘାତିକ ଅଭିଯୋଗ ।
ଏଥିସହ ସେ କହିଛନ୍ତି, ବିସ୍ଫୋରଣ ପରଠୁ ପୁଅର ଚିକିତ୍ସା ଚାଲୁଥିବା କହୁଥିବା ବେଳେ ଆମକୁ କିନ୍ତୁ ପୁଅକୁ ଦେଖିବାକୁ ଛାଡ଼ୁ ନ ଥିଲେ। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ କେବଳ ଭେଣ୍ଟିଲେଟର ଲଗାଇ ଭେଳିକି କରୁଥିଲେ। ପୁଅକୁ ଦେଖିବାକୁ ଚାହିଁବାରୁ ହସ୍ପିଟାଲର କର୍ମଚାରୀ ଓ ବାଉନ୍ସର ଭିତରକୁ ଛାଡ଼ୁ ନ ଥିଲେ।
ଏହାବାଦ ପୁଅ ଆମ ଘରର ଏକମାତ୍ର ରୋଜଗାରିଆ ଥିବା ବେଳେ ଏବେ ତା’ ମୃତ୍ୟୁ ପରେ ଆମେ କିପରି ଚଳିବୁ ବୋଲି କୋହ ଭରା କଣ୍ଠରେ ପଚାରିଛନ୍ତି ଶ୍ରୀତମଙ୍କ ବାପା। ଏଥିନିମନ୍ତେ ସେ କ୍ଷତିପୂରଣ ଦାବି କରିଥିବା ବେଳେ ଏନେଇ ମେଡିକାଲ କର୍ତ୍ତୃପକ୍ଷ ପାଟି ଫିଟାଉ ନ ଥିବା ସେ ଅଭିଯୋଗ କରିଛନ୍ତି।
ଏହି ବିସ୍ଫୋରଣରେ ଦୁଇ ଦିନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଦିଲ୍ଲୀପ ସାମନ୍ତରାୟ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହାବାଦ ଏବେବି ଆଉ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।