ଏନ୍ଏନ୍ଏସ ଓଡିଆ, କଟକ; ହାଇକୋର୍ଟଙ୍କ ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ରାୟ ପ୍ରକାଶ ପାଇଛି । ଏଏସଓ ପରୀକ୍ଷାରେ ହୋଇଥିବା ଅନିୟମିତତାରେ ଆଜି ହାଇକୋର୍ଟ ରାୟ ପ୍ରକାଶ କରିଛି । ୬ ସପ୍ତାହ ମଧ୍ୟରେ ପୂର୍ବ ନିଦେ୍ର୍ଦଶ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ପୂର୍ବରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ହାଇକୋର୍ଟ ନିଦେ୍ର୍ଦଶ ଦେଇଥିଲେ । ମେ ୧୯ରେ ହାଇକୋର୍ଟ ଦେଇଥିବା ଏହି ରାୟ ଦୁଇମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିଦେ୍ର୍ଦଶ ରହିଥିଲା ।
ପୂର୍ବରୁ ଏଏସଓ ଚୟନ ପ୍ରକ୍ରିୟା ବିବାଦ ମାମଲାରେ ଶୁଣାଣି ଶେଷ ହୋଇଥିଲା । ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ ।ଏଏସଓ ଦ୍ୱାରା ପ୍ରକାଶିତ ମେରିଟ ଲିଷ୍ଟକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଥିଲେ । ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରିଥିଲେ କୃତକାର୍ୟ୍ୟ ପରୀକ୍ଷାର୍ଥୀ । ଏହାକୁ ଚ୍ୟାଲେଞ୍ଜ କରି ଦୁଇଟି ମାମଲା ମଧ୍ୟ ରୁଜୁ କରାଯାଇଥିଲା । ନିଷ୍ପତ୍ତିର ପୁନର୍ବିଚାର ଓ ପକ୍ଷ ନ ଥିବାରୁ ରିଟ୍ ପିଟିସନ୍ ହୋଇଥିଲା । ଉଲ୍ଲେଖେଯୋଗ୍ୟ, ଓଡ଼ିଶା ଲୋକସେବା ଆୟୋଗ (ଏଏସଓ) ତରଫରୁ ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ ।ମୂଲ୍ୟାୟନ ପଦ୍ଧତିରେ ହଠାତ୍ ପରିବର୍ତ୍ତନ ଆଣି ପ୍ରତି ବିଷୟରେ କ୍ୱାଲିଫାଇଂ ମାର୍କ ବ୍ୟବସ୍ଥା ଲାଗୁ କରିଥିଲା ଙଚଝଉ ଏବଂ ଗୋଟିଏ ପଦ ପାଇଁ ଦେଢ଼ ଜଣ ଆଧାରରେ ମୋଟ୍ ୧୧ ଶହ ୪ ପ୍ରାର୍ଥୀଙ୍କର ମେରିଟ୍ ଲିଟ୍ ପ୍ରକାଶ କରିଥିଲା । ଏହାକୁ ନେଇ ଦେଖାଦେଇଥିଲା ତମ୍ବିତୋଫାନ ।