ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ଦେଖାଦେଇଛି ଉତ୍ତେଜନା . ବରଗଡ ବରାହଗୋଡା ପାଖରେ ଥିବା ଏକ ଘରୋଇ ହସ୍ପିଟାଲରେ ଜଣେ ରୋଗୀଙ୍କ ମୃତ୍ୟୁକୁ ପରେ ସମ୍ପକୀର୍ୟଙ୍କୁ କାହିଁକି ବିଳମ୍ବ ରେ ଜଣାଗଲା ତାକୁ ନେଇ ତାତିଛନ୍ତି ଲୋକେ । ମୃତ୍ୟୁକୁ ହେବାର ତିନି ଦିନ ପରେ ସଂର୍ପକୀୟଙ୍କୁ ଜଣାଗଲା .., ପରେ ସେହିଦିନଠାରୁ ହସ୍ପିଟାଲ ଚାର୍ଜସେ ମଧ୍ୟ ବଢାଇଦିଆଯାଇଛି । ଯାହାଫଳରେ ରୋଗୀଙ୍କ ସଂପକୀୟ ଏହାକୁ ବିରୋଧ କରିଛନ୍ତି ।
ମର ଶରୀର କୁ ଏନଏଚ ଉପରେ ରଖି ରାସ୍ତାରୋକ କରିଥିଲେ ବରଗାଁ ଜନସାଧାରଣ , ମୃତକ ହେଲେ ୪୨ ବର୍ଷୀୟ ଜୟ କୁମାର ବିଶ୍ବାଳ ସେ କିଛି ହେବ ଲିଭର୍ ଜନିତ ରୋଗରେ ରୋଗରେ ପୀଡିତ ହୋଇ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ତାଙ୍କର ମୃତ୍ୟୁକୁ ନେଇ ହସ୍ପିଟାଲ ନାଁରେ ଅଭିଯୋଗ ହୋଇଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ହସ୍ପିଟାଲର ଅତିରିକ୍ତ ଜେନେରାଲ ମ୍ୟାନେଜର ସେ କହିଛନ୍ତି ଲିଭର ଜନିତ ରୋଗରେ ତାଙ୍କର ମୃତ୍ୟୁ ହୋଇଛି ହେଲେ ଗ୍ରାମବାସୀ ମଦ୍ୟପ ଅବସ୍ଥାରେ ହସପିଟାଲକୁ ଆସି ଏଭଳି କାଣ୍ଡ ଘଟାଇଥିଲେ