ରାଜ୍ୟରେ ସ୍ୱାସ୍ଥ୍ୟଭିତ୍ତି ଭୂମି ପାଇଁ ନିବେଶ ହେଉଛି ୮୫୦୦କୋଟି ଟଙ୍କା । ସରକାରଙ୍କ ମୁଖ୍ୟ ଫୋକସରେ ସ୍ୱାସ୍ଥ୍ୟସେବା । ରାଜ୍ୟରେ ନବ ନିଯୁକ୍ତ ହୋଇଥିବା ୭୮୬ ଡାକ୍ତରଙ୍କ ସହିତ କଥା ହୋଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ କିଛି ବର୍ଷ ହେବ ରାଜ୍ୟ ସରକାର ନିୟମିତ ଭାବରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବା ସହିତ ବହୁ ସଂଖ୍ୟାରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି କରାଯାଇଛି । ଏହି କରୋନା ମୁକାବିଲାରେ ଡାକ୍ତରଙ୍କ ଭୂମିକାକୁ ପ୍ରଂଶସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମାଜରେ ଡାକ୍ତରଙ୍କ ସ୍ୱତନ୍ତ୍ର ସମ୍ମାନ ରହିଛି । ଯେତେବେଳେ ଜୀବନ ମୃତ୍ୟୁ କଥା ଆସେ ସେତେବେଳେ ଲୋକେ ଡାକ୍ତରଙ୍କୁ ଭଗବାନ ବୋଲି ଭାବନ୍ତି ।