ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଚଂଳରେ ଅଭାବନୀୟ ଘଟଣା । ସ୍ୱାମୀ ଆଗରେ ସ୍ତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପ୍ରତିବାଦ କରିବାରୁ ସ୍ୱାମୀକୁ ମାଡ । କେନାଲ ରାସ୍ତାରେ ବିବହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଯାଜପୁର ଅଞ୍ଚଳରେ ସ୍ୱାମୀ-ସ୍ତ୍ରୀ ଗତ ଶୁକ୍ରବାରଦିନ ଏକ ମଟର ସାଇକେଲରେ ଭୁବନକୁ ଆସି ସଂଧ୍ୟାରେ ଘରକୁ ଫେରୁଥିଲେ ।
ଆଉ ଏହି ସମୟରେ କେନାଲ ରାସ୍ତାରେ ୩ଜଣ ଯୁବକ ବାଇକକୁ ଅଟକାଇବା ସହ ମାଡ ମାରି ୨ଟି ମୋବାଇଲ ଛଡାଇନେଇଥିଲେ । ଆଉ ଏହା ସହ ୫ ଜଣ ଜଣକ ପରେ ଜଣେ ଜଣେ ସଂପୃକ୍ତ ମହିଳାଙ୍କୁ ଦୁଷ୍କର୍ମ କରି ମୋବାଇଲରେ ଭିଡିଓ ରେକର୍ଡ କରିିଥିବା ଅଭିଯୋଗ ହୋଇଛି । କାହାକୁ କହିଲେ ଜୀବନରେ ମାରିଦେବାକୁ ବି ଧମକ ଦେଇଥିଲେ ଓ ମୋବାଇଲ ନମ୍ବର ଦେଇ ୧୦ ହାଜର ଟଙ୍କା ମାଗିଥିଲେ । ଏ ନେଇ ଉଭୟ ସ୍ୱାମୀ-ସ୍ତ୍ରୀ ଭୁବନ ଥାନାରେ ଅଭିଯୋଗ କରିଛନ୍ତି । ସଂପୃକ୍ତ ମହିଳାଙ୍କ ଡାକ୍ତରୀମାଇନା କରାଯାଇଛି । ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଢେଙ୍କାନାଳ ଏସପି କହିଛନ୍ତି, ଅନ୍ୟ ୩ ଜଣଙ୍କୁ ଶୀଘ୍ର ଗିରଫ କରାଯିବ ।