ସୁନ୍ଦରଗଡ଼ : ଇପିକଲ ର ପରିଚାଳନା ନିର୍ଦ୍ଦେଶକ ତଥା ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲା ପାଇଁ ସ୍ଵତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ପର୍ଯ୍ୟବେକ୍ଷକ ଶ୍ରୀ ଭୂପିନ୍ଦର ସିଂ ପୁନିଆ ଆଜି ସୁନ୍ଦରଗଡ଼ ଗସ୍ତ ରେ ଆସିଥିଲେ। ଏହି ଗସ୍ତ ସମୟ ରେ ସେ ଜିଲ୍ଲା ର କିଛି ବୁଥ କୁ ପରିଦର୍ଶନ କରିଥିଲେ । ଜିଲ୍ଲା ର ବୁଥ ସଂଖ୍ୟା ୧୯୯, ୨୦୦, ୨୦୧ ପରିଦର୍ଶନ କରିଥିଲେ ଏବଂ ବି ଏଲ ଓ ମାନଙ୍କ ସହିତ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।
ପରେ ପରେ ସର୍କିଟ ହାଉସ ଠାରେ ଅଧିକାରୀ ଏବଂ ରାଜନୈତିକ ଦଳ ର ପ୍ରତିନିଧି ମାନଂକ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟ ରେ ପର୍ଯ୍ୟବେକ୍ଷକ ଶ୍ରୀ ପୁନିଆ ଭୋଟର କାର୍ଡ ର ନକଲ, ଭୋଟର କାର୍ଡ ରେ ନାମ ସଂଯୋଗିକରଣ , କୌଣସି ଭୋଟର ଙ୍କ ର ମୃତ୍ୟୁ ହୋଇଥିଲେ , ଝିଅ ମାନେ ବିବାହ କରି ଅନ୍ୟ ସ୍ଥାନରେ ରହୁଥିଲେ ବା ଭୋଟର ଙ୍କ ର ଅନ୍ୟ ସ୍ଥାନକୁ ସ୍ଥାନନ୍ତରିକରଣ ଆଦି କ୍ଷେତ୍ରରେ ଭୋଟର କାର୍ଡ କୁ ବାଦ୍ ଦେବା, କାର୍ଡ ରେ କୌଣସି ଭୁଲ ଥିଲେ ତାହାକୁ ସଂଶୋଧନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିଭଳି ଭୋଟର ମାନେ କିଭଳି ଭାବେ ନିର୍ଭୁଲ ଭୋଟର କାର୍ଡ ପାଇ ପାରିବେ ତାହା ଉପରେ ଆଲୋଚନା କରାଯାଇଥିଲା ଏବଂ ଏହି ସବୁ ନିମନ୍ତେ ରାଜନୈତିକ ଦଳ ର ପ୍ରତିନିଧି ମାନଂକ ମତାମତ ମଧ୍ୟ ନେଇଥିଲେ। ସେହିଭଳି ପର୍ଯ୍ୟବେକ୍ଷକ ଶ୍ରୀ ପୁନିଆ ଜିଲ୍ଲା ରେ ଚାଲିଥିବା ଭୋଟର ସଚେତନତା କାର୍ଯ୍ୟକ୍ରମ ଉପରେ ପଚାରି ବୁଝିଥିଲେ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ନିୟମିତ କ୍ଷେତ୍ର ପରିଦର୍ଶନ ଏବଂ ବୁଥ ସ୍ତରୀୟ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ ଉପରେ ମଧ୍ୟ ଗୁରୁତ୍ଵାରୋପ କରିଥିଲେ। ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ପ୍ରଧାନ, ବିଜେଡି ପକ୍ଷରୁ ଶ୍ରୀ ଜୟ ନାରାୟଣ ତ୍ରୀପାଠୀ,ବିଜେପି ର ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ନନ୍ଦ ଏବଂ କଂଗ୍ରେସ ତରଫ ରୁ ଶ୍ରୀ ଅଜିତ ପ୍ରସାଦ ଓ ପର୍ଶୂ ସରାଫ ଉପସ୍ଥିତ ଥିଲେ।