ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । କୁହାଯାଏ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଯେଉଁ ଭକ୍ତମାନେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି, ସେମାନଙ୍କର ଅନେକ ପାପ ଧୋଇ ହୋଇଥାଏ । କିନ୍ତୁ ଦୁର୍ଭାଗ୍ୟ ବସତଃ ପୂର୍ବ ବର୍ଷ ଭଳିି ଏବର୍ଷ ମଧ୍ୟ ଓଡିଶାର ଅଗଣୀତ ଭକ୍ତ ଏହି ସୌଭାଗ୍ୟରୁ ବଞ୍ଚିତ ରହିବେ । ପାରମ୍ପାରିକ ହିନ୍ଦୁଧର୍ମ ଅନୁଯାୟୀ ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମାକୁ ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନ ଯାତ୍ରା କୁହାଯାଏ । ଲୋକକଥା ଅନୁଯାୟୀ ଏହି ଦିନକୁ ଦାରୁ ବିଗ୍ରହଙ୍କ ଜନ୍ମ ଦିବସ ରୂପେ ମଧ୍ୟ ପାଳନ କରାଯାଏ । କିନ୍ତୁ ଚଳିତ ବର୍ଷ କୋରେନା ସଂକ୍ରମଣକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଏବଂ ଛତିଶା ନିଯୋଗଙ୍କ ପକ୍ଷରୁ ଭକ୍ତଙ୍କ ବିନା ଉପସ୍ଥିତିରେ କୋଭିଡ ପ୍ରୋଟୋକୋଲକୁ କଡାକଡି ଭାବେ ପାଳନ କରିବା ସହିତ କେବଳ ଦଇତା ପତି ମାନଙ୍କ ଦ୍ୱରା ସମସ୍ତ ରୀତି ନୀତି ସମ୍ପାଦନ କରାଯିବା ନିଷ୍ପତ୍ତି ନିଆ ଯାଇଛି । ଏପରିକି ଯେଉଁ ଦଇତା ପତିଙ୍କର ନାମ ତାଲିକାଭୁକ୍ତ କରାଯାଇଛି ସେମାନେ କୋରୋନା ନେଗେଟିଭ ହୋଇଥିବା ସହିତ ଯେଉଁମାନେ କୋଭିଡ ଟୀକାର ଦୁଇଡୋଜ୍ ନେଉଛନ୍ତି କେବଳ ସେମାନଙ୍କୁ ହିଁ ଅନୁମତି ମିଳି ପାରିବ ।
ସ୍ନାନ ପୂର୍ଣ୍ଣିମା ହେଉଛି ପ୍ରଭୁ ଜଗନ୍ନାଥ, ବଳଭଦ୍ର, ମାତା ଶୁଭଦ୍ରା ଏବଂ ସୁଦର୍ଶନଙ୍କର ଏକ ପବିତ୍ର ସ୍ନାନ ସମାରୋହ । ଓଡିଆ ସଂସ୍କୃତି ତଥା ଜଗନ୍ନାଥ ମନ୍ଦିରର ଏହି ପ୍ରତୀକ୍ଷିତ ରୀତି ନୀତିକୁ ପାରମ୍ପାରିକ ଢଙ୍ଗରେ ପାଳନ କରାଯାଏ । ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର କରା ଯାଇଥିବା କାର୍ଯ୍ୟସୂଚୀ ଅନୂଯାୟୀ ରାତି ୧ ରେ ଆରମ୍ଭ ହେବ ମନ୍ଦିର ଭିତର ରୀତିନୀତି ଏବଂ ସେନାପଟା ଲାଗି ହେବାପରେ ଟାହିଆରେ ସଜ୍ଜିତ ହୋଇଥିବା ତିନି ଠାକୁର ଏବଂ ସୁଦର୍ଶନଙ୍କୁ ଧାଡି ପହଣ୍ଡିରେ ସ୍ନାନ ବେଦୀ ଉପରକୁ ଅଣାଯିବ । ସେବାୟତ ମାନେ ଶୀତଳାଙ୍କ ମନ୍ଦିର ନିକଟରେ ଥିବା ଶୁବର୍ଣ୍ଣ କୂପରୁ ୧୦୮ ମାଟି ପାତ୍ରରେ ଜଳ ଆଣି ବିଭିନ୍ନ ଔଷଧୀୟ ଏବଂ ସୁଗନ୍ଧିତ ପଦାର୍ଥ ଦ୍ୱାରା ଶୁଦ୍ଧ ଜଳକୁ କରାଯିବା ପରେ ସକାଳ ୯ଟା ସୁଦ୍ଧା ଦାରୁ ବିଗ୍ରହଙ୍କୁ ଜଳ ଲାଗି କରା ଯିବ । ସ୍ନାନ ପରେ ମଧ୍ୟାନ୍ନ ୧୨ଟା ସୁଦ୍ଧା ତିନି ଠାକୁରଙ୍କୁ ହାତୀ ବୋଶରେ ସୁସଜ୍ଜିତ କରାଯିବ । ଶେଷରେ ଅପରାହ୍ନ ୫ ଗୋଟି ପହଣ୍ଡି ଆରମ୍ଭ ହେବ ଏବଂ ପରମ୍ପରା ଅନୁଯାୟୀ ଦେବତା ମାନଙ୍କୁ ଅଣସର ଗୃହ କୁ ପଠାଇ ଦିଆଯିବ । ମନ୍ଦିର ପକ୍ଷରୁ ସନ୍ଧ୍ୟା ୮ ଟା ସୁଦ୍ଧା ସମସ୍ତ ରୀତିନୀତି ସମ୍ପାଦନ କରାଯିବା ସ୍ଥିର କରା ଯାଇଛି । କୋରୋନା ସମୟ ଯୋଗୁଁ ମନ୍ଦିର ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା ଏବଂ କୋଭିଡ କଟକଣା କୁ କଡାକଡି କରାଯାଇଥିବା ସୂଚନା ମିଳିଛି । ସିଂଙ୍କ କହିବା ଅନୁଯାୟୀ ପୁରୀକୁ ୭ଟି ଜୋନରେ ବିଭକ୍ତ କରାଯିବା ସହିତ ପୁରୀ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି ଏବଂ ଏକାଧିକ ସ୍ତାନରେ ଟ୍ରାଫିକ୍ ଡାଇଭର୍ସନ ମଧ୍ୟ ରହିଛି । ୧୦ ଟି ସ୍ଥାନରେ ସିସିଟିଭି ଲଗାଯିବା ଦେଖିବାକୁ ମିଳିଛି ଏବଂ ଅଣ ପ୍ରାଧିକୃତ ବ୍ୟକ୍ତିଙ୍କ ପ୍ରବେଶକୁ ସୀମିତ ବାଖିବା ପାଇଁ ଭିତର କର୍ଡନକୁ ମଜବୁତ କରାଯାଛି । ଏଥି ସହିତ ବିଭିନ୍ନ ସ୍ଥାନରେ ପୋଲିସ୍ ନୟୋଜନ କରାଯାଇଥିବା ଦେଖିବାକୁ ମିଳିଛି ।